ଓଡିଶା

ନବଯୌବନ ଦର୍ଶନ; ପାରମାଣିକ ଟିକେଟଧାରୀ କରିବେ ଦର୍ଶନ,ଜଣାନ୍ତୁ ଟିକେଟ ମୂଲ୍ୟ 

(ପୁରୀ) :  ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବେ ଶ୍ରଦ୍ଧାଳୁ । ସକାଳ ୮ଟାରୁ ଆରମ୍ଭ ହେବ ନବଯୌବନ ଦର୍ଶନ । ତେବେ ସକାଳ ୮ଟାରୁ ୯ଟା ଯାଏଁ ପାରମାଣିକ ଟିକେଟଧାରୀ କରିପାରିବେ ଦର୍ଶନ । ପାରମାଣିକ ଟିକେଟର ଦାମ ୧୦୦ ଟଙ୍କା ସ୍ଥିର କରାଯାଇଛି । ୯ ଟାରୁ ୧୧ଟା ଯାଏ ୨ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ରହିଛି । ସର୍ବସାଧାରଣ ଦର୍ଶନ ପାଇଁ ସିଂହଦ୍ବାର ଦେଇ ଯିବେ ଭକ୍ତ । ୧୧ଟା ପରଠାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । କେବଳ ଭକ୍ତମାନେ ବେଢ଼ା ପରିକ୍ରମା ସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।

ସୂଚନାନୁଯାୟୀ , ପାରିମାଣିକ ଦର୍ଶନରେ ୭ ହଜାର ଟିକେଟର ବ୍ୟବସ୍ଥା କରାଯାଇଛି । ପ୍ରତି ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଛି । ରାତି ୯ଟା ସୁଦ୍ଧା ସେନାପଟା ଲାଗି କାର୍ଯ୍ୟକ୍ରମ କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଓ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇଛନ୍ତି ।

Related posts

ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave

mahabharatanews

ଟ୍ରାକ୍ଟରକୁ ଉଦ୍ଧାର କରିବାକୁ ଯାଇ ଫସିଲା ଜେସିବି

mahabharatanews

 ପରିକ୍ରମା ପ୍ରକଳ୍ପ: ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ 

mahabharatanews