ଓଡିଶା

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

(ପୁରୀ) : ପୁରୀରେ ପହଞ୍ଚିଲା ରଥ ଦଉଡ଼ି। ମୋଟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆସି ପହଞ୍ଚିଛି।  ୨୬ଟି ଦଉଡିରୁ ୧୪ଟି ରଥ ଟଣା ପାଇଁ ଦଉଡି ରହିଅଛି। ସେହିପରି ୩ଟି କର୍ଡନ ଦଉଡି ସମେତ ଘେର ଦଉଡି ପ୍ରଦାନ କରାଯାଇଛି। ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଦଉଡିର ନାମ ହେଉଛି ବାସୁକି। ୨୫୦ଫୁଟ ଲମ୍ବ ଓ ୮ଇଞ୍ଚ ମୋଟେଇ । ସେହିଭଳି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦଉଡିର ନାମ ହେଉଛି ସ୍ୱର୍ଣ୍ଣଚୁଡ। ତାହାର ଲମ୍ବ ୨୫୦ଫୁଟ ରହିଥିବା ବେଳେ ମୋଟେଇ ୮ଇଞ୍ଚ ରହିଛି।

ସୂଚନାନୁଯାୟୀ,  ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ  ଶେଷରେ ପହଞ୍ଚିଛି।  ଶେଷ ହୋଇଛି ତିନିରଥର ଚକ ଏବଂ ଅଖ ନିର୍ମାଣ କାର୍ଯ୍ୟ । ଏଥିମଧ୍ୟରେ ଚୁଡାନ୍ତ ହେଲା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ।  ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସାଢେ ୧୨ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ । ତେବେ ଦାରୁ ବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ ।

Related posts

ମାଉସୀ -ପୁତୁରାର ପ୍ରେମ କାହାଣୀ

mahabharatanews

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ଭାଇର ମୃତ୍ୟୁ

mahabharatanews

ରାଜ୍ୟରେ ନୂଆ ୭ କରୋନା ପିଜିଟିଭ ଚିହ୍ନଟ

mahabharatanews