ଓଡିଶା

ରାଜଧାନୀରେ ଝଡ଼ବର୍ଷା

(ଭୁବନେଶ୍ୱର) : ଅସହ୍ୟ ଗୁଳୁଗୁଳିରୁ ତ୍ରାହି ପାଇଲେ ରାଜଧାନୀବାସୀ । ତେବେ ରାଜଧାନୀରେ ଗୁରୁବାର ଅପରାହ୍‌ଣ ସାଢ଼େ ୪ଟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କିଛି ସ୍ଥାନରେ ଗଛର ଡାଳଗୁଡ଼ିକ ପଡ଼ି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ , ଭୁବନେଶ୍ବରରେ ପ୍ରବଳ ଘଡ଼ଘଡ଼ି ସହ କିଛି ପରିମାଣରେ ବର୍ଷା ହୋଇଛି। ଏହି ବର୍ଷା ସମୟରେ ବିଭିନ୍ନ ସ୍ଥାନରେ ଧୂଳିଝଡ଼ ମଧ୍ୟ ଦେଖିବାକୁ ମିଳିଛି। ତେବେ ପ୍ରବଳ ଖରାରେ ସିଝିଥିବା ରାଜଧାନୀବାସୀଙ୍କୁ ବର୍ଷା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି।

Related posts

ଜମିବାଡିକୁ ନେଇ ମରଣାନ୍ତକ ଆକ୍ରମଣ, କକା-ପୁତୁରା ଗୁରୁତର

mahabharatanews

ଦ୍ଵିତୀୟ ଦିନରେ ଐତିହାସିକ କଟକ ବାଲିଯାତ୍ରା 

mahabharatanews

୬ ମାସ ପରେ ଖୋଲିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି, ବାହାରିଲା ପୁଳା ପୁଳା ଟଙ୍କା ସହ ସୁନା-ରୂପା

mahabharatanews