ଓଡିଶା

ଚାଲିଛି ଗୁପ୍ତ ସେବା, ଶ୍ରୀଜିଉଙ୍କୁ ଲାଗି ହେବ ଓଷ

(ପୁରୀ) : ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ । ବଡ଼ ଠାକୁରଙ୍କୁ ସୁସ୍ଥ କରିବାକୁ ସେବାରେ ଲାଗିଛନ୍ତି ଦଇତାପତି । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରୀ ତେଲ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେବାୟତ ଏହି ଫୁଲୁରୀ ତେଲ ଲାଗି କରିଛନ୍ତି ।  ଏହା ପରେ ଆଜି ଷଷ୍ଠୀରେ ଲାଗି ହେବ ଓଷ ।ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ବେହରଣ ଦ୍ୱାର ଦେଇ ଦଇତାପତି ପ୍ରବେଶ କରି ଓଷ ଲାଗି କରିବେ ।

ସୂଚନାନୁଯାୟୀ , ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଫୁଲୁରୀ ତେଲ ବଡ଼ ଓଡ଼ିଆ ମଠ ଯୋଗାଇଦେଇଥିଲା । ରାଶିତେଲରେ ବିଭିନ୍ନ ପ୍ରକାର ଚେର, ଔଷଧୀୟ ଫୁଲ ମିଶାଇ ଗୋଟିଏ ବର୍ଷତଳୁ ମାଟିତଳେ ପୋତାଯାଇଥାଏ ।   ଶ୍ରୀଜିଉଙ୍କ ଅଣସର ନୀତି ଆଉ ୧୦ଦିନ ଧରି ଚାଲିବ। ଏହିସମୟରେ ଶ୍ରୀଜିଉଙ୍କ ବଦଳରେ ପଟଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ  ପୂଜା ପାଉଛନ୍ତି ।

Related posts

ଏକତ୍ରିତ ହୋଇ ସମୂହ ଇସ୍ତଫା ପ୍ରଦାନ କଲେ ୨୫ ପ୍ରାଣୀ ଚିକିତ୍ସକ

mahabharatanews

ଆଜିଠୁ ଖୋଲିବ ସ୍କୁଲ,ବାଦ ପଡିପାରେ ୭ଜିଲ୍ଲା 

mahabharatanews

ଓଡିଶା ପାଇଁ ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର 

mahabharatanews