ଓଡିଶା

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ଯୌତୁକ ନିର୍ଯାତନା ଅଭିଯୋଗ

ଯାଜପୁର: ତିନି ଦିନରୁ ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି । ମୃତ ମହିଳା ହେଲେ କବିତା ବରାଳ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ରତଳାଙ୍ଗ ଗ୍ରାମରେ ଗତ ୧୦ ତାରଖରୁ ନିଖୋଜ ଥିବା ଜଣେ ନବବଧୂଙ୍କ ମୃତଦେହ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ ଯାଜପୁର ସଦର ଥାନା ସିମିଳିଅ । ଗ୍ରାମର ଚୈତନ୍ୟ ବରାଳଙ୍କ ଝିଅ କବିତା ତିନି ବର୍ଷ ତଳେ ରତଳାଙ୍ଗ ଗ୍ରାମର ଲକ୍ଷ୍ମୀଧର ସାମଲଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରୁଥିଲେ । ଏହା ସହ କବିତାଙ୍କ ସ୍ୱାମୀ ତାଙ୍କ ଭାଉଜଙ୍କ ସହ ଅନୈତିକ ସମ୍ପର୍କ ଥିବାରୁ ଶାଶୁଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ଏହି ନିର୍ଯାତନା ସହି ନପାରି କବିତା ଗତ ୧୦ ତାରିଖ ସନ୍ଧ୍ୟାରେ ଘର ଛାଡି କେଉଁଅ ।ଡେ ·ଲିଯାଇଥିଲେ । ଝିଅ ନିଖୋଜ ହେବା ଘଟଣା ଶାଶୁ ଘରଲୋକଙ୍କ ଠାରୁ ଜାଣିବା ପରେ ମୃତ ମହିଳାଙ୍କ ପରିବାର ପକ୍ଷରୁ ଗତ ୧୧ ତାରିଖରେ ବିଝାଂରପୁର ଥାନାରେ ଝିଅକୁ ହତ୍ୟା କରାଯାଇ ଥିବା ନେଇ ଲିଖିତ ଅଭିଯୋଗ ହୋଇଥିଲା । ଅ ।ଜି ସକାଳେ ଗ୍ରାମର ପୋଖରୀରେ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେୟ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକତ୍ସାଳୟ ପଠାଇଛିୟ ସ୍ୱାମୀ ସମେତ ଶାଶୁଘର ଲୋକେ ମିଶି କବିତାଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଇଥିବା ନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିଝାଂରପୁର ପୁଲିସ ଘଟଣାର ତଦନ୍ତ ଅ ।ରମ୍ଭ କରି ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Related posts

ରଥଯାତ୍ରା ଶେଷ ସମନ୍ବୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

mahabharatanews

ଅବସରପ୍ରାପ୍ତ ପୋଲିସ ଅଫିସରସ୍ କଲ୍ୟାଣ ଆସୋସିଏସନ ତରଫରୁ ଚତୁର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

mahabharatanews

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

mahabharatanews