ଓଡିଶା

ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା

ବିଜୟ କାରୁଆ/ପାଟଣା: ପାଟଣା ଥାନା ଅଧୀନ ସୁଆମ ଖୁଣ୍ଟାପଡା ନାଏକ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବୁଧବାର ବଳଭଦ୍ର ନାଏକଙ୍କ ସାନପୁଅ ରଘୁ ନାଏକ ରାତିରେ ଖାଇସାରି ନିଜ ଶୋଇବା କୋଠରୀକୁ ଶୋଇବାକୁ ଯାଇଥିଲେ । ଗୁରୁବାର ସକାଳୁ ରଘୁ ନାଏକଙ୍କ ଉଠିବା ବିଳମ୍ବ ହୋବାରୁ ଘର ଲୋକେ କବାଟ ବାଡେଇ ଡାକି ଥିଲେ । ରଘୁ କବାଟ ନ ଖୋଲିବାରୁ କବାଟ ଭାଙ୍ଗି ଦେଖନ୍ତି ରଘୁଙ୍କ ଝୁଲନ୍ତା ମୃତଦେହ ଓହଳିଛି । ବେକରେ ଦଉଡି ଲଗାଇ ରାତିରେ ରଘୁ ଆତ୍ମହତ୍ୟା କରିଛନ୍ତି । ଘରଲୋକେ ତୁରନ୍ତ ପାଟଣା ଥାନାକୁ ଖବର ଦେଇଥିଲେ । ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ବ୍ୟବଛେଦ ନିମନ୍ତେ ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା ।

Related posts

ଇମାମି ପେପର ମିଲରେ ନିଆଁ ଲାଗି କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ

mahabharatanews

ମୁକୁଳା ଡ୍ରେନରେ ପଡି ଷଣ୍ଢ ମୃତ

mahabharatanews

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଭଦ୍ରକରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍

mahabharatanews