ଓଡିଶା

ବାହୁଡା଼ ପ୍ରସ୍ତୁତି : ଆଜି ସନ୍ଧ୍ୟା ୫ଟାରୁ ସାଧାରଣ ଦର୍ଶନ ବନ୍ଦ

(ପୁରୀ) : ଆଡ଼ପ ମଣ୍ଡପରେ ଅଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ବାହୁଡାଯାତ୍ରା ପାଇଁ ଆଡପ ମଣ୍ଡପରେ ଆଜି  ନବମୀ ସନ୍ଧ୍ୟା ଦର୍ଶନ ୫ରୁ ବନ୍ଦ ରହିବ । ଜନ୍ମ ବେଦୀକୁ ଯାତ୍ରା କରି ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏଥି ମଧ୍ୟରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀ ମନ୍ଦିର ପ୍ରଶାସନ ।  ୨୭  ତାରିଖ (ମଙ୍ଗଳବାର) ସକାଳ 7 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସୂଚନାନୁଯାୟୀ , ୩ରଥ ଦକ୍ଷିଣ ମୋଡ଼ ନେଇସାରିଛି । ଆଜି ପୁଣି ଥରେ ଯାଞ୍ଚ କରାଯିବ । ତେବେ ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିବା ପରମ୍ପରା ରହିଛି । ଉଲ୍ଲେଖ ଥାଉକି, ଶ୍ରୀକ୍ଷେତ୍ରରେ ଆସନ୍ତା ୨୮  ତାରିଖରେ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବେ ଶ୍ରୀଜିଉ ।

Related posts

ଲୁଟେରାଙ୍କ ଆତଙ୍କରାଜ ଚିକିତ୍ସାଧୀନ ଅବସ୍ଥାରେ ଲୁଟର ଶିକାର ହୋଇଥିବା ବିଧବା ବୃଦ୍ଧାଙ୍କ ମୃତ୍ୟୁ

mahabharatanews

ଫୁଲୁଛି ବୈତରଣୀ, ଚିନ୍ତାରେ ଲୋକେ 

mahabharatanews

ଗଣଦୁଷ୍କର୍ମ ମାମଲାକୁ ନେଇ ପାରାଦୀପ ରାଜନୀତି ଉଷ୍ମ

mahabharatanews