ଓଡିଶା

ପହଞ୍ଚିଲା  ଚତୁର୍ଥ ପର୍ଯ୍ୟାୟ ରଥକାଠ 

(ପୁରୀ) : ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିିଛି । ୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି ।
ସୂଚନାନୁଯାୟୀ , ଅସନ କାଠ ଗୁଡିକ ରଥର ଗୟଳ ଓ ଦଣ୍ଡା ଏବଂ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ । ଯିବା ରାସ୍ତାରେ ବିଭିନ୍ନ ଗାଁରେ ଅପେକ୍ଷା କରିଥିବା ଶହ ଶହ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ, ଘଣ୍ଟ-ମୃଦଙ୍ଗ ବଜାଇ ରଥକାଠକୁ ପୂଜାର୍ଚ୍ଚନା କରିଥିଲେ । ଜନଗର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜୟ ଜଗନ୍ନାଥ ଧ୍ବନିରେ, ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମହାପ୍ରଭୁଙ୍କ ରଥ ନିର୍ମାଣ ସକାଶେ ବନବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ରଥକାଠ ପାଇଁ, ବନ କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ନିଜକୁ ଭାଗ୍ୟବାନ ମନେ କରିଥିଲେ ।

Related posts

ଜନ୍ମବେଦୀରେ ଲୀଳା ସାରି ଆଜି ସିଂହଦ୍ୱାରକୁ ବାହୁଡ଼ିବେ ମହାପ୍ରଭୁ

mahabharatanews

ଆଇଆଇସିଙ୍କୁ ମାଡମାରି ଏଏସଆଇ ନିଲମ୍ବିତ

mahabharatanews

ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ରାସ୍ତାକୁ ଓହ୍ଲାଇଲା ସାମ୍ବାଦିକ ସଂଘ

mahabharatanews