ଓଡିଶା

‘ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା’: ଶକ୍ତି ମନ୍ତ୍ରୀ

(ପୁରୀ) :  ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପ ଦିନ। ଭକ୍ତ ନିଜର ଧର୍ଯ୍ୟ  ହରେଇ ବସିଲାଣି ଚକାନୟନକୁ ଦେଖିବାକୁ । ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ  ଶେଷରେ ପହଞ୍ଚିଛି।   ତେବେ ଏହାରି  ମଧ୍ୟରେ ରଥଯାତ୍ରାବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଜାରି ରଖିବାକୁ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ , ଶନିବାର ଦିନ ଶକ୍ତି ମନ୍ତ୍ରୀ ଶ୍ରୀ ଦେବଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାକୁ ନେଇ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ଯେ, ରଥଯାତ୍ରା ସମୟକୁ ମୌସୁମୀ ଆସି ଯାଇଥିଲେ ବି ପିକ୍‌ ଆୱାର ମେଗାୱାଟ୍ ବିଦ୍ୟୁତ ଯୋଗାଣ ହେବ। ଆବଶ୍ୟକ ପଡ଼ିଲେ ଅଧିକ ବିଦ୍ୟୁତ କିଣି ବିତରଣ କମ୍ପାନି ଯୋଗାଇବେ। ଏହାବ୍ୟତୀତ ବିଦ୍ୟୁତ ଟ୍ରାନ୍ସଫର୍ମର ଚେକିଂ, ଲୋଡିଂ ଓ ଲାଇନ୍ ଚେକିଂ କରାଯିବ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବିଦ୍ୟୁତ ସରବରାହ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯିବ।

Related posts

ଯୁବଶକ୍ତି ସମର୍ପିତ ଓଡି଼ଶା ଆନୁକୂଲ୍ୟରେ ସେଚ୍ଛାକୃତ ରକ୍ତଦାନ ଶିବିର

mahabharatanews

ସ୍କ୍ରବ୍ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରେ ସଂଖ୍ୟା ୪୦୩କୁ ବୃଦ୍ଧି 

mahabharatanews

ସମ୍ବଲପୁର ଗସ୍ତ ରେ ରାଜ୍ୟପାଳ

mahabharatanews