ଦେବଗଡ(ମହାଭାରତ): କୋରୋନା କଟକଣା ପାଇଁ ଚଳିତ ବର୍ଷ ମଧ୍ୟ ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ମିଳିନଥିଲା । ତେଣୁ କୋଭିଡ କଟକଣା ମାନି କେବଳ ପୁରୀରେ ହିଁ ରଥଯାତ୍ରା ସମ୍ପନ୍ନ ହୋଇଛି । ତେବେ ଏହାର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ଦେବଗଡ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଛି । ଚଳିତ ବର୍ଷ ଚତୁର୍ଦ୍ଧା ମୂରତୀଙ୍କୁ ଘୋଡାଗାଡିରେ ମାଉସୀମାଆଭ୍କ ଘରକୁ ନିଆଯାଇଥଲା । ସେହିପରି ଆଜି ସେହି ଘୋଡାଗାଡିରେ ମହାପ୍ରଭୁଭ୍କ ବାହୁଡା ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି । ପୂର୍ବାହ୍ନରେ ପ୍ରଥମେ ସୁଦର୍ଶନ ଓ ବଡଭାଇ ବଳରାମଙ୍କୁ ଘୋଡାଗାଡିରେ ମନ୍ଦିରକୁ ଅଣାଯାଇଥିଲା । ପରେ ଦେବୀ ମା ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ରଥଯାତ୍ରା ସମୟରେ କୋଭିଡ କଟକଣା ସହ କଡା ପୋଲିସ ସୁରକ୍ଷା ଭିତରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି । ଜଗନ୍ନାଥଙ୍କୁ ମନ୍ଦିରକୁ ଆଣିବା ସମୟରେ ଓଲଟ ବଟବୃକ୍ଷ ଛକରେ ମାଆ ଲକ୍ଷ୍ମୀ ମନ୍ଦିର ବାହାରକୁ ଆସି ଜଗନ୍ନାଥଙ୍କୁ ସ୍ବାଗତ କରିବା ସହ ସ୍ବତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥିଲା ।
ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରା ଦିନ ଏଠାରେ ପହଣ୍ଡି କରି ରଥାରୁଢ କରାଯାଇଥାଏ । ତେବେ ପର ଦୁଇ ଦିନ ରଥଟଣା କାର୍ଯ୍ୟକ୍ରମ ହୋଇ ମାଉସୀ ମା ଘରକୁ ବିଜେ କରାଯାଏ । ସେହିପରି ବାହୁଡା ଯାତ୍ରାରେ ମଧ୍ୟ ସମାନ ରୀତିନୀତି ପାଳନ ହୋଇଥାଏ । ବାହୁଡା ଯାତ୍ରାର ଦୁଇ ଦିନ ରଥା ଟଣା ହୋଇ ଗୁରୁ ପୂର୍ଣ୍ଣିମା ଦିନ ରତ୍ନବେଦୀକୁ ପହଣ୍ଡ ହୋଇ ଯାଆନ୍ତି ମହାପ୍ରଭୁ । ତେବେ ଆଜି ମହାପ୍ରଭୁ ମନ୍ଦିର ଭିତରକୁ ପହଣ୍ଡି ହୋଇ ଯାଇଛନ୍ତି । ପୂର୍ବରୁ ବାହୁଡାଯାତ୍ରା ପାଇଁ ଦେବଗଡ ମାଉସୀମାଆ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଥିଲା ।
previous post
next post
