ଓଡିଶା

ମହାନଦୀରେ ଭାସିଗଲେ ଏକାଧିକ ଗୋରୁ

(ମହାନଦୀ) :  ନଦୀରେ ଭାସିଗଲେ ଶହ ଶହ ଗୋରୁ । ପାଣି ପିଇବାକୁ ନଦୀକୁ ଯାଇଥିବା ବେଳେ ହଠାତ୍ ମାଡ଼ି ଆସିଲା ପାଣି । ବଢି ପାଣିରେ ଭାସିଗଲେ ଗୋରୁପଲ । ଏଭଳି ଏକ ଘଟଣା ଛାତି ଥରାଇ ଦେଇଛି । ଉପାୟ ଶୂନ୍ୟ ହୋଇଗଲେ ଶହ ଶହ ଗୋରୁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଙ୍ଗାରେ । ପାଣି ପିଇବାକୁ ନଦୀକୁ ଯାଇଥିବା ବେଳେ ହଠାତ୍ ମାଡି ଆସିଲା ପାଣି । ଶହ ଶହ ଗାଈଗୋରୁ ଭାସି ଯାଇଛନ୍ତି । ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପରେ ସ୍ଥାନୀୟ ଲୋକ ଓ ଗାଈଆଳଙ୍କ ସହାୟତାରେ ଗୋରୁ ପଲଙ୍କୁ ଉଦ୍ଧାର କରାଯାଇଥିଲା ।

ସୂଚନାନୁଯାୟୀ , ଏବେ ୧୨ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ। ରବିବାର ୫ଟି, ଗତକାଲି ୩ଟି ଓ ଆଜି ୪ଟି ଗେଟ୍ ଖୋଲିଛି ହୀରାକୁଦକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ୭୯୯ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ୧ ଲକ୍ଷ ୫୮ ହଜାର ୮୨୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାର ପର୍ଯ୍ୟାୟ‌କ୍ରମେ ୫ଟି ଗେଟ୍ ଖୋଲାଯାଇଥିଲା। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୪.୦୪ ଫୁଟ୍‌ ରହିଛି।

Related posts

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

ଟିଜିଟି ନିଯୁକ୍ତି ପାଇଁ ଆସନ୍ତା ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ

mahabharatanews

କିଭଳି ଜଳିଗଲେ ମହିଳା ସ୍ୱାସ୍ଥ୍ୟ କର୍ମୀ ତାହାକୁ ନେଇ ବଡ ପ୍ରଶ୍ନ

mahabharatanews