ଓଡିଶା

ମଙ୍ଗର ରାତି ବୁଧ ପାହାନ୍ତିରେ ହୋଇଛି ରାବଣର ନିଧନ

ମଙ୍ଗର ରାତି ବୁଧ ପାହାନ୍ତିରେ ହୋଇଛି ରାବଣର ନିଧନ। ଅଧର୍ମ କ୍ଷୟ ହୋଇ ହୋଇଛି ଧର୍ମ ର ଜୟ। ପ୍ରଭୁ ରାମଚନ୍ଦ୍ର ଙ୍କ ବ୍ରହ୍ମ ଶର ରେ ନିଧନ ହୋଇଛି ଦଶାନନ ରାବଣ। ଧୁମ୍ ଧାମ ଓ ଉତ୍ସାହର ସହ ଉଦଯାପିତ ହୋଇଛି ନୟାଗଡ଼ ଦଶପଲ୍ଲାର ଐତିହାସିକ ଲୋକ କଳା ଲଙ୍କାପୋଡ଼ି ଯାତ୍ରା। ଦଶପଲ୍ଲାର ଐତିହାସିକ ଲଙ୍କାପୋଡି ଯାତ୍ରା ଭାରତ ପ୍ରସିଦ୍ଧି। ଏହି ଲଙ୍କା ପୋଡି ଯାତ୍ରା ଚଳିତବର୍ଷ ୨୨୪ବର୍ଷରେ ପହଞ୍ଚିଛି। ଦଶପଲ୍ଲା ଲଙ୍କା ପୋଡି ଯାତ୍ରା ଯେତିକି ପ୍ରସିଦ୍ଧ ଲାଭ କରିଛି ସେହିପରି ଲଙ୍କା ପୋଡି ଯାତ୍ରାରେ ଶୋଭା ପାଉଥିବା ଚଳନକ୍ଷମ ୩୫ ଫୁଟ ଉଚ୍ଚତା ବିଶିଷ୍ଟ କାଠ ନିର୍ମିତ ଦଶାନନ ରାବଣ ଓ କାଠ ନିର୍ମିତ ଚଳନକ୍ଷମ ପୁଷ୍ପକ ବିମାନ ସେତିକି ପ୍ରସିଦ୍ଧି ଲାଭ କରିଛି। ସାଧାରଣତଃ ରାବଣ କହିଲେ ହଠାତ ମନକୁ ଅସୁର ବୋଲି ଆସୁଥିବା ବେଳେ ପ୍ରକୃତରେ ରାବଣ ଜଣେ ରୁକବେଦ ଭାଷ୍ୟକାର, ଶିବଙ୍କ ଧର୍ମ ପୁତ୍ର, ଶକ୍ତି ସାଧକ, ଶ୍ରେଷ୍ଠ ବ୍ରାହ୍ମଣ, ଶ୍ରେଷ୍ଠ ପଣ୍ଡିତ। ପରମ୍ପରା ଅନୁଯାୟୀ ଦଶପଲ୍ଲାର କାଷ୍ଠ ନିର୍ମିତ ରାବଣକୁ ସୀତାହରଣ ଦିନ ଠାରୁ ଦେଖିବାକୁ ମିଳିଥାଏ। ବିଭିନ୍ନ ଅସ୍ତ୍ରରେ ସୁସଜ୍ଜିତ ହୋଇ ଏହି ରାବଣ ଦଶପଲ୍ଲା ଲଙ୍କାପୋଡି ଯାତ୍ରାର ଶୋଭାବର୍ଦ୍ଧନ କରିଥାଏ। ପରମ୍ପରା ଅନୁଯାୟୀ ସୀତା ଚୋରି ଦିନ ଏହି କାଷ୍ଠ ନିର୍ମିତ ରାବଣକୁ ଶ୍ରେଷ୍ଠ ବ୍ରାହ୍ମଣ ମାନଙ୍କ ଦ୍ୱାରା ପୂଜାର୍ଚନା କରାଯାଇ ଜୀବନ୍ୟାସ କରାଯାଇଥାଏ। ରାମଲୀଳା ନାଟକରେ ରାବଣ ଭୂମିକାରେ ନାଚ କରୁଥିବା କଳାକାର ରାମଙ୍କ ସହ ଯୁଦ୍ଧ କରି କିଛିବାଟ ଆସିବା ପରେ ଚାଲିଯାଆନ୍ତି। ମାତ୍ର ଶ୍ରୀରାମ ଓ ଲକ୍ଷ୍ମଣ ଭୂମିକାରେ ନୃତ୍ୟ ପରିବେଷଣ କରୁଥିବା କଳାକାର ମାନେ ରଥରେ ରହି ଆଗକୁ ଆଗକୁ ବଢି ଚାଲିଥିବା ବେଳେ ଏହି କାଠ ନିର୍ମିତ ରାବଣ ପଛ ଘୁଞ୍ଚା ଦେଇ ପଛକୁ ପଛକୁ ନିଆଯାଇଥାଏ। ଶେଷରେ ଶ୍ରୀରାମଙ୍କ ବ୍ରହ୍ମ ଅସ୍ତ୍ରରେ ରାବଣ ନିଧନ ହୋଇଥାଏ।

ପାରମ୍ପରିକ ବିଧି ଅନୁସାରେ ପ୍ରଭୁ ରାମଚନ୍ଦ୍ର ରାବଣ ନିଧନ କରିବା ପାଇଁ ଯେଉଁ ବ୍ରହ୍ମ ଶର ପ୍ରୟୋଗ କରି ରାବଣ ନିଧନ କରିଥାନ୍ତି ସେ ବ୍ରହ୍ମ ଶର ଶେଷରେ ରାବଣ କୁ ନିଧନ କରି ପୁଣି ରାମଙ୍କ ତୁରିର କୁ ଫେରିଆସେ। ନାଟକ ଶେଷ ହେବା ପରେ ଏହି କାଠ ନିର୍ମିତ ରାବଣର ମୁଖ୍ୟ ମୁଣ୍ଡକୁ ବଙ୍କା କରି ଦିଆଯାଇଥାଏ। ରାବଣକୁ ବଦ୍ଧକରି ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଭ୍ରାତା ଲକ୍ଷ୍ମଣଙ୍କ ସହ ପୁଷ୍ପକ ବିମାନରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ବେଶ ଆକର୍ଷଣୀୟ ହୋଇଥାଏ। ଦଶପଲ୍ଲାର ଏହି କାଠ ନିର୍ମିତ ରାବଣ ଏବଂ କାଠ ନିର୍ମିତ ପୁଷ୍ପକ ବିମାନର ସ୍ଵତନ୍ତ୍ରତା ଏବେ ବି ରହିଥ‌ିବା ବେଳେ ଲଙ୍କାପୋଡି ଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ମୁକ୍ତ ଆକାଶ ରଙ୍ଗ ମଞ୍ଚରେ ରାମ ରାବଣ ଯୁଦ୍ଧ ଏବଂ ପ୍ରଭୁ ରାମଚନ୍ଦ୍ରଙ୍କ ବ୍ରହ୍ମଶରରେ ରାବଣର ମୃତ୍ୟୁ ହୋଇଥାଏ। ସେହି ବ୍ରହ୍ମଶର ପୁଣି ରାମଙ୍କ ପାଖକୁ ଫେରିଥାଏ। ତାହା ପୁଣି ବିଧି ଅନୁଯାୟୀ ମଙ୍ଗଳ ରାତି ବୁଧ ପାହାନ୍ତିରେ। ରାବଣର ମୃତ୍ୟୁ ପରେ ଲଙ୍କା ପୋଡି ଉତ୍ସବ ପାଳିତ ହୋଇଥିଲା। ଦଶପଲ୍ଲା ମହାବୀରଙ୍କ ଶ୍ରୀରାମ ନବମୀ ରୁ ଆରମ୍ଭ ହୋଇଥିବା ଏହି ଯାତ୍ର। ଆଜି ପ୍ରଭୁ ରାମଚନ୍ଦ୍ର ଙ୍କ ରାଜା ଅଭିଷେକ ପରେ ଉଦଯାପିତ ହେବ ଏହି ଭାରତ ପ୍ରସିଦ୍ଧ ଲଙ୍କା ପୋଡ଼ି ଯାତ୍ରା।

Related posts

ଓଡିଶାରେ ଗତ ଗୋଟିଏ ଦିନରେ ୨୮୯୮ ନୂଆ ପଜିଟିଭ ଚିହ୍ନଟ

mahabharatanews

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧା ବିଗ୍ରହ

mahabharatanews

ଲାଗୁ ହୋଇଛି ନୂତନ ବର୍ଦ୍ଧିତ ରେଳ ଭଡ଼ା

mahabharatanews