ଓଡିଶା

ଓଡିଶାରେ ଗତ ଗୋଟିଏ ଦିନରେ ୨୮୯୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ସରକାର କହୁଛନ୍ତି ପରୀକ୍ଷା ଅଧିକ ହେବାରୁ ପଜିଟିଭ ସଂଖ୍ୟା ଅଧିକ ବାହାରୁଛି । ତେବେ ଏହା ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୮୯୮ ଜଣ ପଜିଟିଭ ବାହାରିଥିବା ବେଳେ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭୯୨ ଓ ସ୍ଥାନୀୟ ସଂକ୍ରମିତ ୧୧୦୬ ଜଣ ରହିଛନ୍ତି । ଫଳରେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୭୦୦୨୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ପଜିଟିଭ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୨୨୬, କଟକରୁ ୨୪୧, କୋରାପୁଟରୁ ୧୩୨, ନୟାଗଡରୁ ୨୩୨, ରାୟଗଡାରୁ ୧୦୫, ସୁନ୍ଦର ଗଡରୁ ୧୦୧ ବ।।ହାରି ଛନ୍ତି । ଅର୍ଥାତ ଏହି ସବୁ ଜିଲ୍ଲାରୁ ଚିହ୍ନଟ ପଜିଟିଭ ସଂଖ୍ୟା ୩ ଅଙ୍କରେ ରହିଛି ।

Related posts

ୟୁଜିସି ମାର୍ଗଦର୍ଶିକା ଉପରେ ପୁନର୍ବିଚାର କରିବାକୁ ପତ୍ର ଲେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

mahabharatanews

ରାଜା ମୃତ୍ୟୁ ପରେ ଚେତିଲା ସରକାର

mahabharatanews

ଅଲ୍ ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍ କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତି ପାଳିତ

mahabharatanews