ଓଡିଶା

ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ

କୋରାପୁଟ ଜିଲ୍ଲାର ଲଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ସରକାରୀ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ-୨୦୨୬ ଧୁମଧାମର ସହ ପାଳିତ ହୋଇଛି । ଉତ୍ସବକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ରଙ୍ଗିନ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। ଏହିଅବସରରେ ବ୍ଲକ ଉପାଧ୍ୟକ୍ଷା ଆରତୀ କୁଲଦୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସରପଞ୍ଚ ଜୋଲି ମିଣ୍ୟାକା, ଏବିଓ ବିଭୂତି ଭୂଷଣ ଟାକ୍ରି, ଏମ୍‌ପି ପ୍ରତିନିଧି କୈଲାଶ ଖୋସ୍ଲା ସହ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୋଭା ବଢ଼ାଇଥିଲେ।

 ମୁଖ୍ୟ ବକ୍ତା ପୂର୍ଣ୍ଣଚନ୍ଦ୍ର ଦଳାଇ ତାଙ୍କ ଉଦ୍ବୋଧନରେ ଶିକ୍ଷାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ଏହାର ଭୂମିକା ଉପରେ ମୂଲ୍ୟବାନ ମତ ରଖିଥିଲେ, ଉତ୍ସବରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ ମାଧ୍ୟମରେ ନିଜ ଦକ୍ଷତା ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିତିଥିଲେ, ସଫଳ ଆୟୋଜନ ପାଇଁ ଅତିଥିମାନେ ବିଦ୍ୟାଳୟ ପରିଚାଳନାକୁ ପ୍ରଶଂସା କରିଥିବା ବେଳେ ପ୍ରଧାନ ଅଧ୍ୟାପିକା ଏନ୍‌ଭି ଲକ୍ଷ୍ମୀଙ୍କ ସୁଚାରୁ ପରିଚାଳନାରେ ସମଗ୍ର କାର୍ଯ୍ୟକ୍ରମ ଶୃଙ୍ଖଳାବଦ୍ଧ ଭାବେ ସମାପ୍ତ ହୋଇଥିଲା।

Related posts

ନାଳକୁ ଖସିଲା ‘ମୋ ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ 

mahabharatanews

ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ଜିଲ୍ଲାପାଳ

mahabharatanews

ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତିଙ୍କୁ ଚିଠି ଲେଖିଲେ ସୁଦର୍ଶନ

mahabharatanews