ମନୋରଞ୍ଜନ

ଖୁବଶୀଘ୍ର ପରଦାକୁ ଆସିବ ‘ଗୋଲମାଲ ୫’ 

(ମୁମ୍ବାଇ) :  ବଲିଉଡର ସବୁଠାରୁ ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କୁ ନେଇ ଚର୍ଚା ଜୋର ଧରିଛି । ବର୍ତ୍ତମାନ ରୋହିତଙ୍କ କମେଡି ଫିଲ୍ମ ଗୋଲମାଲ ଫ୍ରାଞ୍ଚାଇଜର ପରବର୍ତ୍ତୀ ସିନେମାକୁ ନେଇ ବଡ଼ ଅପଡେଟ୍ ଆସୁଛି । ବାସ୍ତବରେ, ପିଙ୍କଭିଲ୍ଲା ସହ ଆଲୋଚନା ବେଳେ ରୋହିତ ସ୍ପଷ୍ଟ ଭାବରେ କହିଛନ୍ତି ଯେ ‘ଗୋଲମାଲ ୫’ ନିଶ୍ଚିତ ଭାବରେ ନିର୍ମାଣ କରାଯିବ ଏବଂ ଏହା ଖୁବ୍ ଶୀଘ୍ର ହେବା ପାଇଁ ଯାଉଛି । ସେ ଏହା ମଧ୍ୟ କହିଛନ୍ତି ଆଗାମୀ ୨ ବର୍ଷ ମଧ୍ୟରେ ଏହି ସିନେମା ଅର୍ଥାତ୍ ଗୋଲମାଲର ପାର୍ଟ ୫ ରିଲିଜ୍ ହୋଇପାରେ ।

ରୋହିତ କହିଛନ୍ତି ଯେ, ସିନେମାର ସାମ୍ପ୍ରତିକ ପରିବର୍ତ୍ତନକୁ ବିଚାରକୁ ନେଇ ଗୋଲମାଲ୍ ଫ୍ରାଞ୍ଚାଇଜର ପରବର୍ତ୍ତୀ ଚଳଚ୍ଚିତ୍ର ଅନ୍ୟ ଚଳଚ୍ଚିତ୍ର ଅପେକ୍ଷା ଅଧିକ ଭଲ ହେବା ପାଇଁ ଯାଉଛି । ରୋହିତ ଆହୁରି କହିଛନ୍ତି, “ମୁଁ ଭାବୁଛି, ଆଜିର ସମୟରେ ସିନେମା ଅଲ ଦ ବେଷ୍ଟ ଏବଂ ଗୋଲମାଲ ଭଳି ଚଳଚ୍ଚିତ୍ର ଅପେକ୍ଷା ବଡ଼ ଗ୍ରାଣ୍ତ ହେବା ଉଚିତ୍ । ଗୋଲମାଲର ବହୁତ ପ୍ରଶଂସକ ଅଛନ୍ତି ଏବଂ ମୁଁ ପ୍ରଶଂସକଙ୍କ ପାଇଁ ଏକ ବ୍ରାଣ୍ଡ ତିଆରି କରୁଛି । ପରବର୍ତ୍ତୀ ଗୋଲମାଲ୍ ଚଳଚ୍ଚିତ୍ରଟି ବଡ଼ ଏବଂ ଉନ୍ନତମାନର ହେହା ଉଚିତ, ଯଦିଓ ଏହା ଏକ କମେଡି ଫ୍ରାଞ୍ଚାଇଜ୍ । ସେ ଆହୁରି କହିଛନ୍ତି, ଏପରିକି ଚେନ୍ନାଇ ଏକ୍ସପ୍ରେସ ‘ଭଳି ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ମଧ୍ୟ ମୁଁ ଚିନ୍ତା କରୁଛି । ଯଦି ଭଲ କାହାଣୀ ମିଳେ ତେବେ ମୁଁ ଏକ ନୂଆ ସିନେମ ନିର୍ମାଣ କରିବି ।

 

Related posts

ଖୁବ ଶୀଘ୍ର ଆସିବ ହ୍ରିତିକଙ୍କ ‘କ୍ରିଶ’ ସିକ୍ବେଲ 

mahabharatanews

ଫିଲ୍ମ ‘ଆନିମଲ୍’; କଟିବ ଏହି ଦୃଶ୍ୟ

mahabharatanews

 ‘ଡିପ୍‌ଫେକ୍‌’ ବିବାଦ; ଆକ୍ସନ ମୋଡରେ ପୋଲିସ

mahabharatanews