(କେରଳ) : ଦ କେରଳ ଷ୍ଟୋରି’ର ବିଜ୍ଞାପନ ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଥମିବାର ନାଁ ନେଉନଥିଲା । ତେବେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ଆଜି ଏହା ରିଲିଜ ହୋଇଯାଇଛି । ତେବେ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ଅନୁମାନ କରିଛନ୍ତି ନିର୍ମାତା । ଫିଲ୍ମଟି ୪ଟି ଭାଷାରେ ରିଲିଜ ହୋଇଛି । ଓଡ଼ିଆ ,ତାମିଲ ,ହିନ୍ଦୀ ,ମରାଠୀ ।
ପୂର୍ବରୁ ଏହାର ସେନ୍ସର ବୋର୍ଡ ଏହାକୁ ଦେଇଛି ‘ଏ’ ସାର୍ଟିଫିକେଟ୍। ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ କିଛି ଅନୁପଯୁକ୍ତ ବାର୍ତ୍ତାଳାପ ଥିବା ଏକ ଦୃଶ୍ୟ ହେଉଛି କଟାଯାଇଥିବା ସୂଚନା ମିଳିଛି । କେତେକ ସ୍ଥାନରେ କିଛି ଶବ୍ଦ, ବାକ୍ୟ ବା ସଂଳାପକୁ ମଧ୍ୟ କାଟିଦିଆଯାଇଛି।
ସୂଚନାନୁଯାୟୀ , ଏକ ଟିଭି ସାକ୍ଷାତ୍କାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନ କହିଥିଲେ ଯେ କେରଳ ଆସନ୍ତା ଦୁଇ ଦଶନ୍ଧି ଭିତରେ ଏକ ମୁସଲିମ-ବହୁଳ ରାଜ୍ୟରେ ପରିଣତ ହେବାକୁ ଯାଉଛି କାରଣ ବହୁସଂଖ୍ୟାରେ ଯୁବବର୍ଗଙ୍କୁ ମୁସଲମାନ ଧର୍ମକୁ ପରିବର୍ତ୍ତନ କରାଯାଉଛି ଯାହାକି ସାରା ଦେଶରେ ଚହଳ ପକାଇ ଦେଇଥିଲା ।