ଭୁବନେଶ୍ୱର(ମହାଭାରତ): ସବୁ ଆଲୋଚନା ସମାଲୋଚନା ଅ୍ଧମ ପର୍ଯ୍ୟାଲୋଚନାର ଘଟିଛି ଅନ୍ତ । କୋରୋନାର ପ୍ରକୋପ କମୁଥିବାରୁ ଏବେ ରାଜଧାନୀରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ । ଚଳିତ ମାସ ଆସନ୍ତା ୨୩ ତାରିଖରୁ ଖୋଲିବ ରାଜଧାନୀ ଭୁବନେଶ୍ୱରର ଧର୍ମାନୁଷ୍ଠାନ । ଏ ନେଇ ବିଏମସି ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ସମସ୍ତଙ୍କ ସହ ଆଲୋଚନା କରିବା ପରେ ବିଏମସି କମିଶନର ସଞ୍ଜୟ ସିଂହ ଏ ନେଇ ସୂଚନା ଦେଇଛନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଗତ ୩ ମାସ ହେଲା ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି । ତେବେ ଚଳିତ ମାସରେ ଜାରି ହୋଇଥିବା ନୂତନ ଗାଇଡଲାଇନରେ ସରକାରଙ୍କ ପକ୍ଷରୁ ଧର୍ମାନୁଷ୍ଠାନ ଖୋଲିବା ନେଇ ଅନୁମତି ମିଳିଥିଲା । ତେଣୁ ବିଭିନ୍ନ ଜିଲ୍ଲାରେ ଏବେ ଧର୍ମାନୁଷ୍ଠାନ ଖୋଲିବା ନେଇ ତତ୍ପର ହେଉଛି ଜିଲ୍ଲା ପ୍ରଶାସନ । ତେବେ ଏହି ଧାରାରେ ଯୋଡି ହୋଇଛି ରାଜଧାନୀ ଭୁବନେଶ୍ୱର । ଆସନ୍ତା ୨୩ ତାରିଖରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି ସୂଚନା ଦେଇଛି ।
previous post
next post
