ଓଡିଶା

କୋରୋନା ଯୁଦ୍ଧ୍ୟରେ ଡାକ୍ତର ସ୍ଵାସ୍ଥ୍ୟ କର୍ମୀ ପୋଲିସ ଠାରୁ କମ ନୁହଁନ୍ତି ସାମ୍ବାଦିକ

(ବିରୁପାକ୍ଷ ପ୍ରଧାନ, ଆଠଗଡ଼): ବିଶ୍ୱର ନିଦ ହଜେଇ ଦେଇଛି ମହାମାରୀ କରୋନା। ସମଗ୍ର ମାନବ ସମାଜ ଏହି ଅଦୃଶ୍ୟ ଶତ୍ରୁ ବିରୋଧରେ ଲଢେ଼ଇ ଜାରି ରଖିଥିବା ବେଳେ ସବୁଠୁ ଆଗରେ ଅଛନ୍ତି ଡାକ୍ତର ସ୍ଵାସ୍ଥ୍ୟ କର୍ମୀ ପୋଲିସ ଏବଂ ସାମ୍ବାଦିକ। ସେମାନଙ୍କ ମଧ୍ୟରୁ ସାମ୍ବାଦିକ ମାନେ ମଧ୍ୟ ପଛରେ ନାହାନ୍ତି। ସେମାନେ ନିରନ୍ତର ତଥ୍ୟ ଭିତ୍ତିକ ସଠିକ ଖବର ପରିବେଷଣ କରୁଥିବା କାରଣରୁ ଆଜିର ଏହି ମହାମାରୀ କରୋନା କୁ ରାଜ୍ୟ ତଥା ଦେଶରେ ଯଥା ସମ୍ଭବ ରୋକା ଯାଇ ପାରିଛି। ତେଣୁ ଏମାନେ ଅନ୍ୟ କୌଣସି କରୋନା ଯୋଦ୍ଧା ଠାରୁ କମ୍ ନୁହନ୍ତି ବୋଲି ମତପ୍ରକାଶ ପାଇଛି। ଆଠଗଡ଼ କୁଲାଇଲୋ ସ୍ଥିତ ଅନନ୍ତ ବେଉରା ଆୟୁର୍ବେଦ ଅସ୍ଥି ଚିକିତ୍ସା ସେବା ସଦନ ପରିସରରେ ଆଠଗଡ଼ ର ସମସ୍ତ ବୈଦୁତିକ ଓ ଛାପା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଛି। ସେବା ସଦନର ମୁଖ୍ୟ କବିରାଜ ପ୍ରତାପରୁଦ୍ର ବେଉରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଆଠଗଡ଼ ର ବରିଷ୍ଠ ସାମ୍ବାଦିକ ସନାତନ ରାଏ ଏବଂ ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରଫୁଲ୍ଲ କୁମାର ପରିଡ଼ା ଉପସ୍ଥିତ ରହି ସମସ୍ତ ସାମ୍ବାଦିକ ମାନଙ୍କୁ ପୁଷ୍ପ ମାଲ୍ୟ ଉତ୍ତରୀୟ ତଥ ମାନପତ୍ର ପ୍ରଦାନ କରିଥିଲେ। ସମସ୍ତ ସାମ୍ବାଦିକ ମାନେ ମୁହଁ ରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରି ବସିଥିଲେ। ସାମ୍ବାଦିକ ମାନଙ୍କ କାର୍ୟ୍ୟ କୁ ସ୍ୱୀକୃତି ପ୍ରଦାନ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ସମସ୍ତ ସାମ୍ବାଦିକ ମାନଙ୍କ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁଧିରଞ୍ଜନ ଦାଶ ଏବଂ ସଚ୍ଚିଦାନନ୍ଦ ପଣ୍ଡା ସେବା ସଦନ ଏହାର ସମସ୍ତ କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts

ହିଂଜିଳି ସହରରେ ଯିବା ଆସବା ନେଇ ରୋକ ଲଗାଇଲା ପୁଲିସ

mahabharatanews

ରମ୍ପେଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପିଏମ ଶ୍ରୀ ଉତ୍ସବ ପାଳନ

mahabharatanews

ମଙ୍ଗଳବାର ଯାଏଁ ଗୃହ ମୁଲତବୀ 

mahabharatanews