ଓଡିଶା

୧୩  ଓଏଏସଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାରଓଏଏସ୍‌ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଏଥବରେ ୧୩ଜଣଙ୍କୁ ବଦଳି କରାଯାଇଛି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ଲଳିତ ମଣ୍ଡଳ ମାଲକାନଗିରି ଡେପୁଟି କଲେକ୍ଟର, ସ୍ନିଗ୍ଧାଛାୟା ମହାପାତ୍ରଙ୍କୁ ଢେଙ୍କାନାଳ ଡେପୁଟି କଲେକ୍ଟର, ବିଶ୍ୱମ୍ବର ରଥଙ୍କୁ ଛତ୍ରପୁର ଡେପୁଟି କଲେକ୍ଟର, ସୂର୍ୟ୍ୟାଂଶୁ ରୁଟ୍‌ଙ୍କୁ ସୁବର୍ଣ୍ଣପୁର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ରାଜକିଶୋର ଜେନା ବୁଗୁଡ଼ା ତହସିଲଦାର, ଅନନ୍ତ କୁମାର ହାଁସଦା ମୋରଡ଼ା ତହସିଲଦାର, ଅନାଦି ଚନ୍ଦ୍ର ସାହୁଙ୍କୁ ତରଭା ତହସିଲଦାର, ଭାସ୍କର ସାହୁଙ୍କୁ ଗୁମ୍ମା ତହସିଲଦାର, ନବକିଶୋର ପାଢ଼ୀ ସୁବର୍ଣ୍ଣପୁର ତହସିଲଦାର ଏବଂ ନାରାୟଣ ମିଶ୍ରଙ୍କୁ ଗୁଣୁପୁର ତହସିଲଦାର, ସଂଜୀବ କୁମାର ମେହେରଙ୍କୁ ଖପ୍ରାଖୋଲ ତହସିଲଦାର ଭାବେ ବଦଳି କରାଯାଇଛି।
ସେହିପରି, ରାଜେନ୍ଦ୍ର ମାଝୀ ରାୟଗଡ଼ା ବିଡି. କୁମୁଦିନି ସୁବୁଦ୍ଧିଙ୍କୁ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ଡେପୁଟି ସେକ୍ରେଟାରୀ ନିଯୁକ୍ତ କରାଯାଇଛି।

 

Related posts

କୋଲକାତା Eastern Zonal କାଉନସିଲ ବୈଠକରେ ଭାଗ ନେବ ଓଡ଼ିଶା

mahabharatanews

କରୋନା କବଜାରେ ୬ ମାସର ମିରାକିଲ ବେବି

mahabharatanews

ହଟସ୍ପଟରୁ ଆସୁଥିବା ଲୋକ ଭୁବନେଶ୍ୱର ପାଇଁ ଚିନ୍ତାର କାରଣ ହୋଇଛନ୍ତି: ବିଏମସି

mahabharatanews