ଓଡିଶା

ଖୋର୍ଦ୍ଧା ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ୍ ସଚେତନତା ରଥ ର ଉଦଘାଟନ

(ଶେଖ୍ ଅରଶଦ୍ ଉଲ୍ ହକ୍/ଖୋର୍ଦ୍ଧା): ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ ଆଜି କୋଭିଡ୍ ସଚେତନତା ରଥ ର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଶ୍ରୀ ସ୍ୱାଇଁ ମୁକୁନ୍ଦପ୍ରସାଦ ଠାରେ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ରଥ ମୁକୁନ୍ଦପ୍ରସାଦରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରିଥିଲା । ଏହାର ମୂଳ ଉଦ୍ଦେଶ୍ୟ ଜନସାଧାରଣ କିଭଳି ଭାବରେ ଲକ ଡାଉନ୍ ନିୟମକୁ ମାନିବା ସହିତ ସାମାଜିକ ଦୁରତ୍ଵକୁ ବଜାୟ ରଖି କରୋନ ଭୁତାଣୁ ଠାରୁ ଦୂରେଇ ରହିହେବ । ଏହି ସଚତେନତା କାର୍ୟ୍ୟକ୍ରମରେ ଖୋର୍ଦ୍ଧା ଏସ ଡି ପି ଓ ସୁଶିଲ ମିଶ୍ର, ଖୋର୍ଦ୍ଧା ମଡେଲ ପୋଲିସ ଷ୍ଟେସନ ଆଇ ଆଇ ସି, ଉମାଶଙ୍କର ସିଂ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀଣି ଶ୍ରୀମତୀ ସମିତା ମିଶ୍ର, ଡି ଏସ ପି ଶ୍ରୀ ସତିଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts

୩ଦଫା ଦାବିରେ ରାଜପଥ ଅବରୋଧ

mahabharatanews

ମାତୃଛାୟା ଆଶ୍ରମରେ ଯୌନ ନିର୍ଯାତନା ଅଭିଯୋଗ, ଅତିରିକ୍ତ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

mahabharatanews

ଇଟାଭାଟିରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୪ଜଣଙ୍କ ଜୀବନ

mahabharatanews