Uncategorized

ଏନ୍ଡିଆରଏଫ ପାଇଁ ପୁନରୁଦ୍ଧାର ଏକ ଚ୍ୟାଲେଞ୍ଜ: ଡିଜି

ନୂଆଦିଲ୍ଲୀ: କରୋନା ମଧ୍ୟରେ ଅମ୍ଫାନ ଦ୍ୱାରା ହୋଇଥିବା ଭୟଙ୍କର କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ ଆଗେଇ ନେବା ଏବେ ଏନଡିଆରଏଫ ପାଇଁ ଏକ ବଡ ଚାଲେଞ୍ଜ ହୋଇଥିବା ଏନଡିଆରଏଫ ଡିଜି ଏସଏନ ପ୍ରଧାନ କହିଛନ୍ତି । ତେବେ ଆମ ଦଳ କୋଭିଡ-୧୯ ସହ ଲଢୁଥିବାରୁ ଅମ୍ଫାନର ମୁକାବିଲା ପାଇଁ ଅଳ୍ପ ମାତ୍ରାରେ ପ୍ରସ୍ତୁତ ଥିଲେ । ଏହି ଉଦ୍ଧାର କାମରେ ସାମାଜିକ ଦୂରତା ପାଇଁ ଜାରି ନିର୍ଦ୍ଦେଶର ପାଳନ କର।।ଯାଉଥିବା ପ୍ରଧାନ କହିଛନ୍ତି ।
ପ୍ରଧାନ ଆହୁରି କହିଛନ୍ତି, ରାସ୍ତା ସଫା କାମ ଜୋରସୋରରେ ଚାଲିଛି । କେତେକ ସ୍ଥାନରେ ରାସ୍ତା ସଫା ହୋଇଗଲାଣି । ତେବେ ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳରେ ବିଦ୍ୟୁତ ଓ ଟେଲିଫୋନ ସେବା ପୁନଃପ୍ରତିଷ୍ଠା ପାଇଁ ଆଉ କିଛି ଦିନ ଲାଗିବ । ଏଥିନେଇ ଟେକ୍ନିସିଆନଙ୍କ ସାହାଯ୍ୟ ଲୋଡାଯାଉଛି ଓ ଆମେ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନୁରୋଧ କ୍ରମେ ଦେଶର ଅନ୍ୟସ୍ଥାନରୁ ଆଉ ୪ଟି ଏନଡିଆରଏଫ ଟିମକୁ ବିମାନଯୋଗେ ପଶ୍ଚିମ ବଙ୍ଗ ପଠାଯାଇଛି । ୨୪ ପ୍ରଗଣା, ପୂର୍ବ ମେଦିନିପୁର, ହାଓଡା, କୋଲକାତା, ଦକ୍ଷିଣ ୨୪ ପ୍ରଗଣାରେ ଏନଡିଆରଏଫ ଟିମ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି ।
ସୂଚନାଯୋଗ୍ୟ, ଉତ୍ତର ୨୪ ପ୍ରଗଣାରେ ଅମ୍ଫାନରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୫୦୦ ଘର ନଷ୍ଟ ହୋଇଛି ।

Related posts

ସେନା ଗୁଳିରେ କୁଖ୍ୟାତ ଆତଙ୍କୀ ଆଦିଲ ନିହତ

mahabharatanews

ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ବିଳମ୍ବ ହେବ

mahabharatanews

ଶହୀଦ ଯବାନଙ୍କ ପରିବାରକୁ ଯୋଗୀଙ୍କ ଅନୁକମ୍ପାମୂଳକ ସହାୟତା

mahabharatanews