ମାର୍ଚ୍ଚ ୩୧ ତାରିଖରେ ଅବସରଗ୍ରହଣ କରିଥିଲେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା । ଯାହାକୁ ନେଇ ବିଭିନ୍ନ ସ୍ତରରେ ଶ୍ରୀ ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ଆଜି ଶ୍ରୀ ପଣ୍ଡା ଗଜପତି ଜିଲ୍ଲା ଛାଡୁଥିବାରୁ ତାଙ୍କୁ ପୋଲିସ୍ କର୍ମୀ ଓ ଜନସାଧାରଣ ବାଜାବାଜଣା ଓ ପଟୁଆରରେ ନଗର ପରିକ୍ରମା କରାଇ ବିଦାୟ ଦେଇଥିଲେ । ଯାହାକି ଏପରି କେବେ ବି ଜଣେ ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ଦେବାର ନଜିର ନାହିଁ । ଆଜି ରାଣୀପେଣ୍ଠ ସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରୁ ଏକ ବିରାଟ ପଟୁଆରରେ ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡାଙ୍କୁ ପାଛୋଟି ଅଣାଯାଇଥିଲା । ଆତବାଜି, ବାଦ୍ୟବାଜଣା, ମୋଟରସାଇକେଲ ଶୋଭାଯାତ୍ରା କରି ନଗରପରିକ୍ରମା କରାଯାଇଥିଲା । ଏହି ସମୟରେ ଜନସାଧାରଣ ଶ୍ରୀ ପଣ୍ଡାଙ୍କୁ ଅବସରକାଳୀନ ଜୀବନ ସୁଖମୟ ହେଉ ବୋଲି କାମନାଥିଲେ । ଶ୍ରୀ ପଣ୍ଡା ଗଜପତି ଜିଲ୍ଲାରେ ସ୍ବଳ୍ପ ବର୍ଷର କାର୍ଯ୍ୟକାରୀ ସମୟରେ ସେ ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ଯାହାକି ଆଜି ଶୋଭାଯାତ୍ରା ଯାଉଥିବା ସମୟରେ ସହରର ବିଭିନ୍ନ ବର୍ଗର ଲୋକେ ସ୍ବତପ୍ରବୃତ ଭାବେ ଶ୍ରୀ ପଣ୍ଡାଙ୍କୁ ସାକ୍ଷାତ କରି ଥିଲେ ବିଜେପି ପକ୍ଷରୁ ମଧ୍ୟ ପୁଷ୍ପମାଳ ଉପଡୋକନ୍ ଦେଇ ଥିଲେ ବିଜେପି ର ବହୁ ନେତା କର୍ମୀ ଉପସ୍ଥିତ ରହି ବିଦାୟ କାଳୀ ନ ସମ୍ବର୍ଧନା ଜଣାଇଥିଲେ । ଆଜିର ଏହି ଶୋଭାଯାତ୍ରାରେ ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ଶତାଧିକ ପୋଲିସ କର୍ମଚାରୀ ଓ ଜନସାଧାରଣ ଯୋଗଦେଇଥିଲେ ।
previous post
next post
