ଓଡିଶା

ସିମେଣ୍ଟ ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ

କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବାହାବଳପୁର ଛକ ନିକଟରେ ସିମେଣ୍ଟ ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ।ଘଟଣାରୁ ଜଣାଯାଏ ଗତକାଲି ବିଳମ୍ବିତ ରାତ୍ରିରେ କଟକରୁ କେନ୍ଦ୍ରାପଡା ଅଭିମୁଖେ ଦୁଇଟି ଯାକ ଟ୍ରକ ଯାଉଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକଟି ବାହାବଳପୁର ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ବେଳେ କୋଇଲା ବୋଝେଇ ଟ୍ରକ ଡ୍ରାଇଭରର ଆଖି ଲାଗି ଯିବାରୁ ସିମେଣ୍ଟ ବୋଝେଇ ଟ୍ରକ କୁ ପଛପଟୁ ଧକ୍କା ଦେଇଥିଲା।

ହେଲେ ଉଭୟ ଟ୍ରକ ର ଡ୍ରାଇଭର ଓ ହେଲପର କାହାର କିଛି କ୍ଷତି ହୋଇ ନଥିବା ଜଣାଯାଏ।ଖବର ପାଇ ନିଶ୍ଚିନ୍ତକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।ରାସ୍ତାରେ କୋଇଲା ଗାଡିଟି ଭାଙ୍ଗି ରୁଜି ରହିଥିବା ବେଳେ ପୋଲିସ ଉପସ୍ଥିତ ରହି ଟ୍ରାଫିକ ବ୍ୟବସ୍ଥା କୁ ଜାରି ରଖିଛି।

Related posts

ସେକ୍ସ ରାକେଟର ମୁଖିଆ କରୋନା ପଜିଟିଭ

mahabharatanews

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ସୁଧାଂଶୁ ଷଢ଼ଙ୍ଗୀ

mahabharatanews

ନିଯୁକ୍ତି ବନ୍ଦକୁ ନେଇ ସରକାରଙ୍କ ସ୍ପଷ୍ଟିକରଣ

mahabharatanews