ଓଡିଶା

ଶାରୀରିକ ଅକ୍ଷମତା ସଚେତନତା କାର୍ଯ୍ୟକ୍ରମ

ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆନ୍ତ୍ରଜାତୀୟ ବିକଳାଙ୍ଗ ଦିବସ ଅଭିଷ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ ଏଲି ପାଢ଼ୀ ଏବଂ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ଭୁବନେଶ୍ୱର ଏବଂ ନଏ ସି ରଣପୁର ମିଳିତ ସହଯୋଗରେ ପାଳିତ ହୋଇଯାଇଛି।ଏହି ଅବସରରେ ଶାରୀରିକ ଅକ୍ଷମତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଏଲି ପାଢ଼ୀ, ସମାଜସେବି ବାଙ୍କନିଧି ସାମଲ, ବିଡ଼ିଓ ମନୋଜ ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଂଗଠନ ଗୁଡ଼ିକ ମଧ୍ୟରେ ବିକଳାଙ୍ଗ ବ୍ୟକ୍ତିମାନଙ୍କୁ ସମ୍ବେଦନଶୀଳ ଶିକ୍ଷାଗତ କିଟ୍ ବଣ୍ଟନ କରାଯାଇଥିଲା । ଶ୍ରବଣ ଅକ୍ଷମ ବ୍ୟକ୍ତିମାନଙ୍କୁ ଶ୍ରବଣ ଯନ୍ତ୍ର ଏବଂ ଶିବିରରେ ଶାରୀରିକ ଭାବରେ ଅକ୍ଷମ ବ୍ୟକ୍ତିମାନଙ୍କୁ ହ୍ୱିଲଚେୟାର ବଣ୍ଟନ କରାଯାଇ ଥିଲା ।

Related posts

ଦୁଇ ମନ୍ତ୍ରୀଙ୍କ ଦାୟିତ୍ୱରେ ରାଜସ୍ୱମନ୍ତ୍ରୀ

mahabharatanews

ଦଳିତ ବିକାଶ ପରିଷଦ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳନ

mahabharatanews

ବଡ ଖବର: ଆସନ୍ତା ୬ତାରିଖ ଦିନ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

mahabharatanews