ଓଡିଶାରାଜନୀତି

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଜିରୋକାଜୁଆଲିଟି ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା କାରଣରୁ ସଂପ୍ରତି ସାରା ରାଜ୍ୟରେ ବନ୍ୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବନ୍ୟା ସମୀକ୍ଷା କରିଛନ୍ତି । ଏହାଛଡା ୧୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବନ୍ୟା ଲାଗି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରି ସେମାନଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇଦେବାକୁ ନର୍ଦ୍ଦେଶ ଦେଇଥିଲେ । ରାଜ୍ୟସ୍ତରରେ ସମ୍ପୃକ୍ତ ବିଭାଗମାନେ ଜିଲ୍ଲା ଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏନଡିଆରଏଫ, ଓଡିଆରଏଫ, ଅଗ୍ନିଶମ ବାହିନୀ ବିପଦସଙ୍କୁଳ ସ୍ଥାନରେ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ହସପିଟାଲ, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପରି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡିକ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଛଡା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା, ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଜାଗ ରହିବା ଉପରେ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସେପଟେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ପ୍ରାଣୀଧନର ସୁରକ୍ଷା ଲାଗି ଆବଶ୍ୟକ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ । ବନ୍ୟାରେ ଯଦି କୌଣସି ପ୍ରକାର ରାସ୍ତାଘାଟର କ୍ଷୟ କ୍ଷତି ହୁଏ ତାହାଲେ ପୂର୍ତ୍ତ ବିଭାଗ ସତର୍କ ରହିବା ସହ ଆଗୁଆ ପଦକ୍ଷେପ ନେବେ । ବନ୍ୟା ପ୍ରବାଭିତ ଅଞ୍ଚଳରେ ବିଦ୍ୟୁତ ସେବା ବ୍ୟାହତ ହେଲେ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ ।
ବୈଠକରେ ଏସଆରସି ପ୍ରଦୀପ ଜେନା ବନ୍ୟା ପରିସ୍ଥିତି, ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା ରଖି କହିଲେ ଯେ ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା କାରଣରୁ ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ହୀରାକୁଦର ୮ଟି ଗେଟକୁ ବନ୍ଦ କରାଯାଇଛି । ସଂପ୍ରତି ୨୬ଟି ଗେଟ ଖୋଲା ରହିଛି । କୌଣସି ଆବଶ୍ୟକ ନ ହେଲେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ । ବୈଠକରେ ୫-ଟି ସଚିବ ଭିକେ ପାଣ୍ଡିଆନ ସମ୍ବଲପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ସିଏମସି କମିଶନରଙ୍କ ସହିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଓ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ଜଣାପଡିଛି ।

Related posts

କରୋନା କଟକଣା ଭିତରେ ପାଳିତ ହେବ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ

mahabharatanews

ବ୍ୟାପକ ବର୍ଷାରେ ଫସଲହାନୀର କ୍ଷତି ପୁରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

mahabharatanews

ଜଳିଗଲା ୪୦ ଶ୍ରମିକ ସେଡ୍‌, ଅଳ୍ପକେ ବର୍ତ୍ତିଲେ ୯୬୦ ଶ୍ରମିକ

mahabharatanews