ଓଡିଶା

ଜଳିଗଲା ୪୦ ଶ୍ରମିକ ସେଡ୍‌, ଅଳ୍ପକେ ବର୍ତ୍ତିଲେ ୯୬୦ ଶ୍ରମିକ

(ଜଗତପୁର) : ଜଗତପୁରରେ ଆଜି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ଗ୍ରାମର ପିଡିଏସ୍‌ କିରାସିନି ପମ୍ପ ପଛପଟେ ମୁଖାର୍ଜୀ କ୍ୟାମ୍ପସ୍‌ ପଡ଼ିଆରେ ଏଲ୍‌ ଆଣ୍ଡ ଟି ଠିକାସଂସ୍ଥା ନିର୍ମାଣ କରିଥିବା ୪୦ଟି କଣ୍ଟେନର୍‌ରେ ନିଆଁ ଲାଗି ପାଉଁଶ ହୋଇଯାଇଛି।କଟକ ବଡ ମେଡିକାଲ ଏମ୍ସ ପ୍ଲସ୍‌ କାର୍ଯ୍ୟର ଠିକା ନେଇଥିବା ଏଲ୍‌ ଆଣ୍ଡ ଟି ସଂସ୍ଥା ନିଜର ଶ୍ରମିକମାନଙ୍କୁ ନଜରପୁରସ୍ଥିତ ମୁଖାର୍ଜୀ କ୍ୟାମ୍ପସ୍‌ ମଧ୍ୟରେ କଣ୍ଟେନର୍‌ ଗୃହରେ ରଖୁ୍ଥିଲା। ପ୍ରତି କଣ୍ଟେନର୍‌ରେ ୨୪ ଜଣ ଲେଖାଏ କରି ମୋଟ ୯୬୦ଜଣ ଶ୍ରମିକ ଏଥିରେ ରହୁଥିଲେ।

ସୂଚନାନୁଯାୟୀ,ସେମାନଙ୍କ ମଧ୍ୟରୁ କେତେଜଣ ସିଫ୍ଟ ଡ୍ୟୁଟିରେ ଥିବା ବେଳେ ଅନ୍ୟମାନେ କଣ୍ଟେନର୍‌ ମଧ୍ୟରେ ରହିଥିଲେ। ଅଗ୍ନିକାଣ୍ଡରେ ୪୦ଟି କଣ୍ଟେନର୍‌ ଜଳିଯିବା ସହ ତା ଭିତରେ ଥିବା ସମସ୍ତ ସାମଗ୍ରୀ ଜଳିଯାଇଛି। ତେବେ କଣ୍ଟେନର୍‌ରେ ରହୁଥିବା ସମସ୍ତ ୯୬୦ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Related posts

କରୋନାରୁ ସୁସ୍ଥ ହୋଇ କାର୍ୟ୍ୟରେ ଯୋଗଦେଲେ ପୌରନିର୍ବାହୀ ଅଧିକାରୀ

mahabharatanews

ମହୁଲ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

mahabharatanews

ଭୁଲ ସ୍ୱୀକାର କଲେ ସମ୍ବିତ ପାତ୍ର

mahabharatanews