ଅପରାଧଭାରତ

ରିତେଶ କଲେ ରାଖୀ ସାୱନ୍ତଙ୍କ ମୋସିଆଲ ମିଡିଆ ହ୍ୟାକ

ବ୍ୟୁରୋ: ଭଗବାନ ଏମିତି ସ୍ୱାମୀ କାହାକୁ ନ ଦିଅନ୍ତୁ, ତିନି ବର୍ଷ କେମିତି କଟିଛି ସେଇଟା କେବଳ ମୋ ମନ ଜାଣିଛି । ଲକ୍ ଡାଉନରେ ସମସ୍ତେ ସମସ୍ତଙ୍କ ପରିବାର ପାଖରେ ଥିଲେ ମୁଁ ଏକା ରହଛି । କେବେ ସାହାର୍ଯ୍ୟ କରିଛନ୍ତି ନା କିଛି କଥାରେ ସମର୍ଥନ ମୋତେ ସମର୍ଥନ ଦେଇଛନ୍ତି । ସ୍ୱାମୀକୁ ମୁଁ ଦେବତା ଭଳି ପୁଜା କରିଛି କିନ୍ତୁ ସେ ମୋତେ ତାଙ୍କର କିଛି ବୋଲି ଭାବନ୍ତିନି । ଓଲଟା ଏକା କରି ସବୁବେଳେ ଚାଲିଯାଆନ୍ତି । ଏଥିପାଇଁ ମୁଁ ତାଙ୍କୁ ଛାଡିଦେଲି । ଏମିତି କିଛି କହି କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଜଣେ ପତ୍ନୀ । ତେବେ ରାକ୍ଷୀ ସାୱନ୍ତଙ୍କୁ କିଏ ବା ନ ଜାଣେ । କିଛି ନା କିଛି ବିଷୟରେ ସେ ଚର୍ଚ୍ଚାରେ ଥାନ୍ତି ।

ଏବେ କିନ୍ତୁ ନିକଟରେ ରାଖୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କ୍ୟାମେରା ଆଗରେ କାନ୍ଦୁଥିବା ଦେଖିବାକୁ ମିଳିଛି। ନିକଟରେ ରାଖୀ ସାୱନ୍ତ ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କରି କାନ୍ଦୁଛନ୍ତି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ହ୍ୟାକ୍ ହୋଇଥିବା ସେ କହିଛନ୍ତି। ଏହି କାରଣରୁ ରାଖୀ ସାୱନ୍ତ ତାଙ୍କ ପ୍ରେମିକ ଆଦିଲ ଦୁରାନୀଙ୍କ ସହ ମୁମ୍ବାଇର ଓସିୱାରା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ରାଖୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହ୍ୟାକ୍ ହୋଇଥିବା ଅଭିଯୋଗ କରିଛନ୍ତି। ରାକ୍ଷୀ ଏହା ମଧ୍ୟ କହିଛନ୍ତି ତାଙ୍କୁ ବହୁତ ଖରାପ ଖରାପ ମେସେଜ୍ ମଧ୍ୟ ଆସୁଛି । ରାଖୀ ସାୱନ୍ତ ରିତେଶଙ୍କ ବିଷୟରେ ଆହୁରି କହିଛନ୍ତି ଯେ ତିନି ବର୍ଷ ମଧ୍ୟରେ ସେ ମୋ ସହ ବହୁତ ଅସଦାଚରଣ କରିଛନ୍ତି। ସେ ମୋତେ ଘରୁ ବାହାରକୁ କାଢି ଦେଉଥିଲେ ଏବଂ ମୋତେ ଦୁର୍ବ୍ୟବହାର କରୁଥିଲେ।

ବର୍ତ୍ତମାନ ସେ ମୋର ସୋସିଆଲ ମିଡିଆ ଉପରେ ଆକ୍ରମଣ କରୁଛନ୍ତି। ମୋର ସମସ୍ତ ଫେସବୁକ୍, ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଛି ଏବଂ ସେ ଏହି କାମ କରିଛନ୍ତି । ସେ ମୋତେ କାହିଁକି ହଇରାଣ କରୁଛନ୍ତି? ମୁଁ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। କିନ୍ତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ମୋତେ ବ୍ଲାକମେଲ କରୁଛନ୍ତି। ମୁଁ ବର୍ତ୍ତମାନ ପୋଲିସକୁ ଷ୍ଟେସନକୁ ଆସିଛି। କିନ୍ତୁ ମୁମ୍ବାଇ ପୋଲିସରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ସେ ମୋତେ ସମର୍ଥନ କରିବେ।

Related posts

“ପ୍ରଧାନମନ୍ତ୍ରୀ ‘ମିଥ୍ୟା ଯନ୍ତ୍ର’ ରେ ପରିଣତ ହୋଇଛନ୍ତି” : ରାହୁଲ ଗାନ୍ଧୀ

mahabharatanews

 ଆଶାରାମ ବାପୁଙ୍କୁ ନାହିଁ ଆଶ୍ୱସ୍ତି 

mahabharatanews

ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟକୁ ବ୍ୟାନ

mahabharatanews