ଭାରତ

ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟକୁ ବ୍ୟାନ

(ଦିଲ୍ଲୀ) : କେନ୍ଦ୍ରର ମୋଦୀ ସରକାର ଜାମ୍ମୁ କାଶ୍ମୀରରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟକୁ ଏକ ବେଆଇନ ସଂଗଠନ ଘୋଷଣା କରିଛନ୍ତି ଏବଂ ଆସନ୍ତା ୫ବର୍ଷ ପାଇଁ ଏହାକୁ ନିଷିଦ୍ଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ସାଇଟ୍ X ରେ ଏକ ବିବୃତ୍ତି ଦେଇଛନ୍ତି।

 ଶାହା ଲେଖିଛନ୍ତି, ‘ମୋଦି ସରକାର ଜାମ୍ମୁ କାଶ୍ମୀର ପିପୁଲ୍ସ ଫ୍ରିଡମ୍ ଲିଗକୁ ୫ବର୍ଷ ପାଇଁ ଏକ ବେଆଇନ ସଙ୍ଗଠନ ବୋଲି ଘୋଷଣା କରିଛନ୍ତି। ଏହି ସଂଗଠନ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ମାଧ୍ୟମରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେଇ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରି ଭାରତର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଲୋକ ଏବଂ ସଂଗଠନକୁ ମୋଦୀ ସରକାର ଛାଡିବେ ନାହିଁ।

Related posts

ମଣିପୁରରେ ୭୦୦ରୁ ଊର୍ଦ୍ଧ୍ବ ମିଆଁମାର୍‌ ନାଗରିକ, ଫେରିଯିବାକୁ ନିର୍ଦ୍ଦେଶ

mahabharatanews

ଅଳ୍ପକେ ବର୍ତ୍ତିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବ କୁମାର

mahabharatanews

ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews