bharat

ସଡକ ଦୁର୍ଘଟଣାରେ ପୀଡିତ ପାଇବେ ନଗଦବିହୀନ ଚିକିତ୍ସା: ନିତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନଗଦ ବିହୀନ ଚିକିତ୍ସା ମିଳିବ । ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ନଗଦବିହୀନ ଚିକିତ୍ସା ଯୋଗାଇବା ପାଇଁ ସରକାର ଏକ ଯୋଜନା କାର୍ୟ୍ୟକାରୀ କରିଥିବା କହିଛନ୍ତି । ପରିବହନ ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରି ଚଣ୍ଡିଗଡ଼ ଏବଂ ଆସାମରେ ପାଇଲଟ ଆଧାରରେ ଏହାକୁ କାର୍ୟ୍ୟକାରୀ କରିବା ଆରମ୍ଭ କରିଛି। ସଡକ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ନଗଦବିହୀନ ଚିକିତ୍ସା ଯୋଗାଇବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

ମନ୍ତ୍ରୀ ସୂଚନା ଦେଇଛନ୍ତି , ଏହି ଯୋଜନାରେ ସମସ୍ତ ପ୍ରକାର ରାସ୍ତାରେ ମୋଟର ଯାନ ଦ୍ୱାରା ଘଟିଥିବା ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କ ଚିକିତ୍ସା ଅନ୍ତର୍ଭୁକ୍ତ। ଆହତ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ୍ ଆରୋଗ୍ୟ ଯୋଜନା ଅଧୀନ ହସ୍ପିଟାଲଗୁଡ଼ିକରେ ଦୁର୍ଘଟଣାର ସର୍ବାଧିକ ୭ ଦିନ ମଧ୍ୟରେ ଟ୍ରମା ଏବଂ ପଲିଟ୍ରମା ସମ୍ବନ୍ଧିତ ସ୍ବାସ୍ଥ୍ୟ ସୁବିଧା ପ୍ୟାକେଜ ମିଳିପାରିବ। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଙ୍କ ସହଯୋଗରେ ମନ୍ତ୍ରଣାଳୟ ଏହି କାର୍ୟ୍ୟକ୍ରମ କାର୍ୟ୍ୟକାରୀ କରୁଛି ।

ମୋଟର ଯାନ ଅଧିନିୟମ ୧୯୮୮ର ଧାରା ୧୬୪-ବି ଅନୁଯାୟୀ ଗଠିତ ମୋଟରଯାନ ଦୁର୍ଘଟଣା ପାଣ୍ଠି ଅଧୀନରେ ଏହି ଯୋଜନା ପରିଚାଳିତ ହେବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ଘଐଇ ସ୍ଥାନୀୟ ପୋଲିସ୍, ତାଲିକାଭୁକ୍ତ ହସ୍ପିଟାଲ୍, ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି, ଜାତୀୟ ସୂଚନା କେନ୍ଦ୍ର ଏବଂ ସାଧାରଣ ବୀମା ପରିଷଦ ସହିତ ସମନ୍ୱୟ ରକ୍ଷା କରି ଏହି କାର୍ୟ୍ୟକ୍ରମର କାର୍ୟ୍ୟକାରିତା ପାଇଁ ଦାୟୀ ଜ୍ଝ

Related posts

Union Budget 2024 : ଆନ୍ଧ୍ର ଓ ବିହାର ପାଇଁ ଭଣ୍ଡାର ଖୋଲିଦେଲେ ସରକାର

mahabharatanews

Cancer Treatment: ରୋଗୀଙ୍କୁ ମାଗଣା ଟିକା ସହ ଚିକିତ୍ସା ସୁବିଧା

mahabharatanews

ମନ୍ତ୍ରୀଙ୍କ ଦବଙ୍ଗଗିରି, ମହିଳା ଅଧିକାରୀଙ୍କୁ ଠେଙ୍ଗାରେ ପିଟିବାକୁ ଧମକ

mahabharatanews