ଖେଳ

ସରକାରଙ୍କ ଚରମବାଣୀ, ଖେଳାଳି କରିବେନି ନିଶାଦ୍ରବ୍ୟ ବିଜ୍ଞାପନ

ନୂଆଦିଲ୍ଲୀ : ଖେଳାଳିଙ୍କୁ ନିଶାଦ୍ରବ୍ୟ ବିଜ୍ଞାପନ କରିବା ମନା । ଏବେ ଠାରୁ କୌଣସି ଖେଳାଳି ମଦ୍ୟପାନ କିମ୍ବା ଧୂମପାନର ବିଜ୍ଞାପନରେ ନଜର ଆସିବେ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆକୁ ଚିଠି ଲେଖି ଏସମ୍ପର୍କରେ ପଦକ୍ଷେପ ନେବାକୁ କହିଛନ୍ତି । ଖେଳାଳିମାନେ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ଆଦର୍ଶ ଅଟନ୍ତି। ଏଭଳି ବିଜ୍ଞାପନ କରିବା ଦ୍ୱାରା ଯୁବସମାଜ ପ୍ରତି ଉଚିତ ବାର୍ତ୍ତା ଯାଉନଥିବା ମନ୍ତ୍ରଣାଳୟ କହିଛି ।

ଭାରତ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ (ବିସିସିଆଇ) ଅଧ୍ୟକ୍ଷ ରୋଜର ବିନି ଏବଂ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ସାଇର ମହାନିର୍ଦ୍ଦେଶକ ସନ୍ଦୀପ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ (ଡିଜିଏଚଏସ) ଡଃ ଅତୁଲ ଗୋୟଲ ଗୁରୁବାର ଦିନ ଏକ ଚିଠି ଲେଖିଛନ୍ତି । ଖେଳାଳିଙ୍କଠାରୁ ତୁରନ୍ତ ଆଫିଡେଭିଟ ନେବାକୁ କହିଛନ୍ତି। ବିଶେଷକରି କ୍ରିକେଟରମାନେ ଦେଶର ଯୁବ ଜନସଂଖ୍ୟା ପାଇଁ ଆଦର୍ଶ ଅଟନ୍ତି।

ଏହା ଯୁବକମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରେରଣା ଯୋଗାଇପାରେ। ତଥାପି ଦୁର୍ଭାଗ୍ୟଜନକ ଯେ ଭେଟେରାନ କ୍ରୀଡା ତାରକାମାନେ ପ୍ରାୟତଃ ସିଗାରେଟ, ବିଡି କିମ୍ବା ପାନ ମସାଲା ବିଜ୍ଞାପନ କରୁଥିବା ଦେଖିବାକୁ ମିଳୁଛି । ତେଣୁ ଆଗକୁ ଯେପରି ଏପରି ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

Related posts

ଅସ୍ତ୍ରୋପଚାର ପରେ ହର୍ଷିତ ରାଣା ହସ୍ପିଟାଲ ବେଡ୍ ରୁ ଅପଡେଟ୍ ପ୍ରଦାନ କଲେ

mahabharatanews

ଆଇପିଏଲ ଖେଳିବେ କଂଗ୍ରେସ ନେତା ପପ୍ପୁ ଯାଦବଙ୍କ ପୁଅ

mahabharatanews

ପଞ୍ଚମ ଦିନରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

mahabharatanews