bharatଭାରତରାଜନୀତି

ଖଡଗେ ୨ ଦିନିଆ ହିମାଚଳ ଗସ୍ତରେ

ସିମିଲା : ଉଠୁଛି ପଡୁଛି ହିମାଚଳ ପ୍ରଦେଶ ନିର୍ବାଚନ ମଇଦାନ । ସେଥିଲାଗି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ୨ ଦିନିଆ ହିମାଚଳ ଗସ୍ତରେ ଯିବେ । ରାଜ୍ୟର ପ୍ରମୁଖ ସ୍ଥାନର ନିର୍ବାଚନୀ ରାଲିରେ ଯୋଗଦେବା ସହ କରିବେ କ୍ୟାମ୍ପେନ । ବିଜେପି ସରକାରଙ୍କୁ ଟାର୍ଗେଟ କରି ଖଡଗେ ଦେବେ ବଜ୍ର ଆହ୍ୱାନ । ଅନ୍ୟପଟେ ପ୍ରଚାର ଅଭିଯାନ ରାଜ୍ୟରେ ଜାରି ରଖିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, କଂଗ୍ରେସ ନେତା ସଚିନ ପାଇଲଟ ପ୍ରମୁଖ ପ୍ରଚାର କରିଥିଲେ । ରାଜ୍ୟରେ ଆସନ୍ତା ନଭେମ୍ବର ୧୨ରେ ଭୋଟଗ୍ରହଣ ହେବ ଏବଂ ୮ ଡିସେମ୍ବରରେ ଫଳ ପ୍ରକାଶ ପାଇବ । ସରକାରୀ କର୍ମଚାରୀଙ୍କ ଲାଗି ପୁରୁଣା ପେନସନ ସ୍କିମ ବା ଓପିଏସ କାର‌୍ୟ୍ୟକାରୀ କରିବା, ୩୦୦ ୟୁନିଟ ଯାଏ ମାଗଣା ବିଦ୍ୟୁତ, ୧୮ରୁ ୬୦ ବର୍ଷ ବୟସ୍କା ମହିଳାଙ୍କୁ ମାସିକ ୧୫ ଶହ ଟଙ୍କାର ପେନସନ ଦେବା ଲାଗି ଦଳ ଘୋଷଣା କରିଛି । ଏହାସହ ପ୍ରତିଗ୍ରାମରେ ମୋବାଇଲ କ୍ଳିନିକ, ୧ ଲକ୍ଷ ସରକାରୀ ଚାକିରି, ୧୦ କୋଟି ଟଙ୍କାରେ ଯୁବକଙ୍କ ଲାଗି ଷ୍ଟାର୍ଟଅପ ଫଣ୍ଡ ପ୍ରତିଷ୍ଠା ଲାଗି ଘୋଷଣା କରିସାରିଛି କଂଗ୍ରେସ ।

Related posts

ଦେଶରେ କମୁଥିବା ବେଳେ ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

କବିତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କଲେ କୋର୍ଟ

mahabharatanews

ଚନ୍ଦ୍ରଯାନ-୩; କାଉଣ୍ଟ ଡାଉନ ଆରମ୍ଭ 

mahabharatanews