ଓଡିଶା

ରାସ୍ତା ନିର୍ମାଣରେ ନିମ୍ନମାନର କାମକୁ ନେଇ ଅସନ୍ତୋଷ

(ମହାଭାରତ/ବରୀ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନସ୍ଥ ବରୀ ରାମଚନ୍ଦ୍ରପୁର ଥାନା ନିକଟ ବରୀପାଳ ଠାରେ ଜଳସମ୍ପଦ ବିଭାଗ ଅଧୀନ ବ୍ରାହ୍ମଣୀ ବନ୍ଧର ରାସ୍ତା ପ୍ରଶସ୍ତି କରଣ ପାଇଁ ରାଜ୍ୟ ସରକାର ବିଭାଗୀୟ ପାଣ୍ଠିରୁ ଅର୍ଥ ବ୍ୟୟବରାଦ କରିଥିଲେ । ମାତ୍ର ଉକ୍ତ କାମଟି ଅତି ନିମ୍ନମାନର ହେଉଥିବାର ବର୍ତ୍ତମାନ ଅଭିଯୋଗ ହୋଇଛି କ୍ଷ ବ୍ୟୟ ଅଟକଳ ଅନୁଯାୟୀ, ଉକ୍ତ ରାସ୍ତାଟିକୁ ଚଉଡା କରାଯାଇ ମୁଖ୍ୟ ରାସ୍ତା ସହ ସଂଯୋଗ କରାଯିବା କଥା କ୍ଷ କିନ୍ତୁ ସେଭଳି ହୋଇନଥିବା ଦେଖାଯାଇଛି । ରାସ୍ତା ନିର୍ମାଣ କାର୍ୟ୍ୟରେ ବ୍ୟବହୃତ ହେଉଥିବା ଚିପ୍ସ ସମ୍ପୁର୍ଣ୍ଣ ଭାବେ କାଦୁଅ ମିଶ୍ରିତ । ଏପରିକି ବ୍ରାହ୍ମଣୀ ନଦୀରୁ ଉଠାଯାଉଥିବା ପତଳା ବାଲି ରାସ୍ତା ନିର୍ମାଣରେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଯେଉଁ ଗାର୍ଡ ୱାଲ୍ ତିଆରି ହେଉଛି ତାହା ସଂପୂର୍ଣ୍ଣ ନିୟମ ମୁତାବକ ହେଉନଥିବା ଅଭିଯୋଗ ହୋଇଛି। ନିର୍ମାଣ କାର୍ଯ୍ୟ ସ୍ଥଳରେ ଜଳ ସମ୍ପଦ ବିଭାଗର ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ଦାୟୀତ୍ୱରେ ଥିବା ଠିକାଦାର ମନମୁଖୀ ଭାବେ କାର୍ୟ୍ୟ କରୁଥିବାର ଦେଖିବାକୁ ମିଳିଛିା ସରକାର ଉନ୍ନୟନ କାମ ପାଇଁ ଅର୍ଥ ବରାଦ ହେବା ପରେ ଏଥିରେ ସ୍ବଚ୍ଛତା ରଖିବା ବଦଳରେ ବିଭାଗୀୟ କର୍ତ୍ତୃପକ୍ଷ ଏଭଳି ନିମ୍ନ ମାନର କାର୍ୟ୍ୟକୁ ଗ୍ରହଣ କରିନେବା ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ବରୀ କାର୍ୟ୍ୟାଳୟ ଠାରୁ ମାତ୍ର ଦୁଇ କିମି ଦୂରରେ ହେଉଥିବା ଏଭଳି ନିମ୍ନ ମାନର ରାସ୍ତା ନିର୍ମାଣ କାର୍ୟ୍ୟ ଏହାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି କ୍ଷ ଏହାସହ ବିଭାଗୀୟ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କାର୍ୟ୍ୟର ମାନ ନିରୂପଣ କରିବାକୁ ସାଧାରଣରେ ଦାବି ହୋଇଛି।

Related posts

ପିଆଜ ଦରବୃଦ୍ଧି; କୃଷି ମନ୍ତ୍ରୀଙ୍କ ବାସଭବନ ଘେରାଉ

mahabharatanews

ସାଇକେଲ ଚୋରି: ସିସିଟିଭି କ୍ୟାମେରାରେ ଅଭିଯୁକ୍ତ କଏଦ

mahabharatanews

ଅଜଣା ଗାଡି ଧକ୍କାରେ ୧୨ ବସ୍ ଯାତ୍ରୀ ଆହତ

mahabharatanews