ଭାରତ

 ନୂଆ ସଂସଦ ଭବନରେ ଶୋଭା ବଢ଼ାଇଲା ଜାତୀୟ ପତାକା 

(ଦିଲ୍ଲୀ) :  ନୂଆ ସଂସଦ ଭବନରେ ଉଡ଼ିଲା ଜାତୀୟ ପତାକା । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆ ସଂସଦ ଭବନର ଗଜଦ୍ୱାରରେ ପତାକା ଉତ୍ତୋଳନ କରିଛନ୍ତି । ଜାତୀୟ ସଙ୍ଗୀତ ପରେ ଦୁହେଁ ଜାତୀୟ ପତାକାକୁ ଅଭିବାଦନ ଜଣାଇଥିଲେ ।

ସୂଚନାନୁଯାୟୀ , ଆଜିଠାରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି । ୨୨ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ପ୍ରଥମ ଦିନ ପୁରୁଣା ସଂସଦ ଭବନରେ ଗୃହକାର୍ଯ୍ୟ ଚାଲିବ । ପରେ ଗଣେଶ ଚତୁର୍ଥୀରୁ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରୁ ନୂଆ ସଂସଦ ଭବନରେ ଅଧିବେଶନ ବସିବ । ଏହା ପୂର୍ବରୁ ରବିବାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ନୂଆ ସଂସଦ ଭବନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି ।

Related posts

ମିଜୋରାମରେ ଭୋଟ ଗଣତି ଆରମ୍ଭ

mahabharatanews

ଆଜି ରାଷ୍ଟ୍ରୀୟ ନବବର୍ଷ

mahabharatanews

ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା, ଧ୍ବଜାରୋହଣ କରିବେ ପ୍ରଧାନମନ୍ତ୍ରୀ ମୋଦି

mahabharatanews