ଭାରତ

ଆଜିଠୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ 

(ଦିଲ୍ଲୀ) : ଆଜିଠାରୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି। ଏହି ଅବସରରେ ସରକାର ଲୋକଙ୍କୁ ଚକିତ କରିବା ଭଳି କୌଣସି ଘୋଷଣା କରିବେ କିମ୍ବା ବିଲ୍‌ ଆଗତ କରିବେ କି ନାହିଁ ତାହାକୁ ନେଇ ‌ସାଧାରଣରେ ଚର୍ଚ୍ଚା ଜାରି ରହିଛି। ଗତମାସ ୩୧ ତାରିଖରେ ସ୍ବତନ୍ତ୍ର ଅଧିବେଶନ ପାଇଁ ଘୋଷଣା ହେବା ଦିନଠାରୁ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସୂଚନାନୁଯାୟୀ , ଅଧିବେଶନରେ ୪ଟି ବିଲ୍‌ ଆଲୋଚନା ପାଇଁ ଆସିବ ବୋଲି ସରକାର କହୁଥିଲେ ମଧ୍ୟ ବିରୋଧୀଙ୍କୁ ଏହା ଶାନ୍ତି କରିପାରିନାହିଁ। ଅନ୍ୟ ଅଧିବେଶନ ମଧ୍ୟ ଏହି ଧାରାରେ ଡକାଯାଇଥାଏ। ସଂସଦର ଅଧିବେଶନ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ବ୍ୟବସ୍ଥା ନାହିଁ। ୧୯୫୫ ମସିହାରେ ଲୋକସଭାର ଏକ କମିଟି ପ୍ରସ୍ତାବ ଦେଇଥିଲା ଯେ ବଜେଟ ଅଧିବେଶନ ଫେବ୍ରୁଆରି ୧ରୁ ମେ’ ୭ ପର୍ଯ୍ୟନ୍ତ ହେବ।

Related posts

ଫାଇନାଲ ପାଇଁ ସ୍ୱତନ୍ତ୍ର ଟ୍ରେନ 

mahabharatanews

କ୍ଷୁଧା ନିବାରଣ କ୍ଷେତ୍ରରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ

mahabharatanews

ରାସାୟନ କାରଖାନାରେ ବିସ୍ଫୋରଣ: ୪ ମୃତ

mahabharatanews