(ଭୁବନେଶ୍ୱର) : ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଗର୍ଭବତୀଙ୍କୁ ରୁବେଲା ହେଲେ ଜନ୍ମରୁ ସନ୍ତାନ କ୍ଷେତ୍ରରେ ଭାଇରସ୍ ଦେଖାଦିଏ ଯେଉଁ ଗର୍ଭବତୀଙ୍କ ଠାରେ ଲକ୍ଷଣ ଥିବ, ଟେଷ୍ଟିଂ କରାଇବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଆକ୍ରାନ୍ତ ଶିଶୁଙ୍କ ଶରୀରରେ ଘିମିତି ସଦୃଶ୍ୟ ହେବା ସହ ଥଣ୍ତା, କାଶ ଏବଂ ଜ୍ୱର ହୋଇଥିବା ନେଇ ସୂଚନା । ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୭ ରୁ ୨ ବର୍ଷ ।
ସୂଚନାନୁଯାୟୀ , ଗତକାଲି ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୨ ଶିଶୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ତି ବ୍ଲକ ପୋଡାଲଗୁଡା ଗାଁର । ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରର ୨ଟି ବ୍ଲକରେ ୧୮ ଜଣଙ୍କ ଲକ୍ଷଣ ଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଅଛି ।