(ଦିଲ୍ଲୀ) : ବିଫଳ ହୋଇ ଖସିପଡ଼ିଥିବା ରୁଷର ମହାକାଶଯାନ ଲୁନା-୨୫ର ଭଗ୍ନାବଶେଷ ଠାବ କରିଛି ଆମେରିକୀୟ ମହାକାଶ ଏଜେନ୍ସି ନାସା । ନାସା ପକ୍ଷରୁ ଚନ୍ଦ୍ରପୃଷ୍ଠରେ ଲୁନା-୨୫ ପଡ଼ିଥିବା ସ୍ଥାନ ଦର୍ଶାଉଥିବା ଏକ ଫଟୋ ଜାରି କରାଯାଇଛି ।
ସୂଚନାନୁଯାୟୀ , ଚନ୍ଦ୍ର ଚାରିପଟେ ବୁଲୁଥିବା ନାସାର ଲୁନାର ରେକନିସେନ୍ସ ଅର୍ବିଟର୍ ପକ୍ଷରୁ ଏହି ଫଟୋ ଉଠାଯାଇଛି । ଲୁନା-୨୫ ଚନ୍ଦ୍ରପୃଷ୍ଠରେ ଏକ ବଡ଼ ଗାଡ଼ ସୃଷ୍ଟି କରିଛି । ଏହି ଗାଡ଼ର ଚଉଡ଼ା ପ୍ରାୟ ୧୦ ମିଟର ହେବ । ଲୁନା-୨୫ ଓହ୍ଲାଇବାକୁ ଥିବା ସ୍ଥାନ ନିକଟରେ ଏହି ନୂଆ ଗାଡ଼ଟି ସୃଷ୍ଟି ହୋଇଥିବାରୁ ଏହା ହିଁ ଲୁନାର ଦୁର୍ଘଟଣାସ୍ଥାନ ବୋଲି ନାସା ସିଦ୍ଧାନ୍ତରେ ପହଞ୍ଚିଛି । ଲୁନା ୨୫କୁ ୨୦୨୩ ଅଗଷ୍ଟ ୧୦ତାରିଖରେ ରୁଷ ଲଞ୍ଚ କରିଥିଲା। ଏହି ମିସନ ବିଫଳ ହେବାର କାରଣ ଜାଣିବାକୁ ରୁଷ ପକ୍ଷରୁ ଏକ ତଦନ୍ତ କମିସନ ଗଠନ କରାଯାଇଛି ।
