(ବରଗଡ଼) : ପୁଅକୁ ଝୁରି ଝୁରି ଆଖି ବୁଜିଲେ ମା । ପୁଅର ମୃତ୍ୟୁ ପରେ ଝୁରି ଝୁରି ପ୍ରାଣ ହରାଇଲେ ସହିଦ୍ ସୁଶାନ୍ତଙ୍କ ମା’ । ଗୁରୁତର ଅସୁସ୍ଥ ହୋଇ ପଡିଥିବା ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଶୁକ୍ରବାର ପରଲୋକ ହୋଇଛି । କଟକ ବଡ଼ମେଡିକାଲରେ ଆଜି ସନ୍ଧ୍ୟାରେ ସୁନ୍ଦରୀ ଖୁଣ୍ଟିଆଙ୍କ ଦେହାନ୍ତ ହୋଇଛନ୍ତି ।
ସୂଚନାନୁଯାୟୀ , ସହିଦ୍ ପୁଅଙ୍କୁ ଝୁରିଝୁରି ମା ସୁନ୍ଦରୀ ଖୁଣ୍ଟିଆ ଆଜି ପୁର୍ବାହ୍ନରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ସୁଗାର ଓ ବ୍ଲଡ଼ପ୍ରେସର କମିଯିବାରୁ ସଂଜ୍ଞାହୀନ ହୋଇ ପଡିଥିଲେ । ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ମେଡିକାଲର ଆଇସିୟୁରେ ସେ ଚିକିତ୍ସିତ ହେଉଥିବା ସମୟରେ ସୁନ୍ଦରୀଙ୍କ ମୃତ୍ୟୁ ହୋଇଥିଲା ।
