ମନୋରଞ୍ଜନ

ଆସନ୍ତାକାଲି ରିଲିଜ୍‌ ହେବ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ‘ସାଲାର’ 

(ମୁମ୍ବାଇ) : ଚଳିତ ସପ୍ତାହରେ ହଲ୍‌କୁ ଆସୁଛି ୨୦୨୩ ବର୍ଷର ବଡ଼ ବଲିଉଡ୍ ସିନେମା। ଶୁକ୍ରବାର ଅର୍ଥାତ କାଲି ରିଲିଜ୍‌ ହେଉଛି ଦକ୍ଷିଣ ଭାରତୀୟ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ‘ସାଲାର’। ଭୁବନେଶ୍ବରର ବିଭିନ୍ନ ହଲ୍‌ରେ ପ୍ରତିଦିନ ‘ସାଲାର’ ମାତ୍ର ୨୩ଟି ସୋ’ର ସୁଯୋଗ ପାଇଛି।

ସୂଚନାନୁଯାୟୀ ,  ସାଲାର୍ ପାର୍ଟ-୨ ସିଜ୍‌ ଫାୟାର୍‌’ର କାହାଣୀ ହଜାର ବର୍ଷ ପୁରୁଣା। କାଂଶାର ଜଙ୍ଗଲରେ ଗଢ଼ି ଉଠିଥିବା ସାମ୍ରାଜ୍ୟ ଓ ସିଂହାସନ ପାଇଁ ଚାଲିଥିବା ଚକ୍ରାନ୍ତ ଓ ଯୁଦ୍ଧ ଏହାର କେନ୍ଦ୍ରରେ ରହିଛି। ଫିଲ୍ମଟି ତେଲୁଗୁ, ହିନ୍ଦୀ, ମାଲାୟଲମ୍‌, କନ୍ନଡ଼ ଓ ତାମିଲ୍‌ ଭାଷାରେ ପରଦାକୁ ଆସୁଛି। ଏଥିରେ ପ୍ରଭାସଙ୍କ ସହ ଦକ୍ଷିଣୀ ସୁନ୍ଦରୀ ଶୃତି ହାସନ, ପ୍ରିଥିଭିରାଜ୍‌ ସୁକୁମାରନ୍‌, ଜଗାପତି ବାବୁ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ଥ ନୀଲ୍‌।

Related posts

୪୫୦ କୋଟି ଆୟ ଅତିକ୍ରମ କଲା ଚଳଚ୍ଚିତ୍ର ‘ଗଦର-୨ ‘

mahabharatanews

ଏକାଠି ରହିବେ ନୱାଜୁଦ୍ଦିନ ଏବଂ ଆଲିଆ 

mahabharatanews

ଚେନ୍ନାଇରେ ଜୀବନଯାତ୍ରା ଠପ୍, ଫସିଲେ ଅମିର ଖାନ୍

mahabharatanews