ମନୋରଞ୍ଜନ

ସଲମାନ ଖାନ୍ ଙ୍କୁ ମାରିଦେବା ପାଇଁ ଆସିଛି ଧମକପୂର୍ଣ୍ଣ ମେଲ୍,ବଢିଲା ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ : ଭାଇଜାନ ସଲମାନଙ୍କୁ ପୁଣି ଥରେ ମିଳିଲା ହତ୍ୟା ଧମକ । ସଲମାନ ଖାନ୍ ଙ୍କୁ ମାରିଦେବା ପାଇଁ ଆସିଛି ଧମକପୂର୍ଣ୍ଣ ମେଲ୍ । ଏନେଇ ବାନ୍ଦ୍ରା ଥାନାରେ ଏତଲା ଦାୟର ହୋଇଛି । ଏହାପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୂର୍ବରୁ ମଧ୍ୟ ସଲମାନଙ୍କୁ ହତ୍ୟା ଧମକ ମିଳିଥିବାରୁ ତାଙ୍କୁ ଣ+ ସିକ୍ୟୁରିଟି ଯୋଗାଇ ଦିଆଯାଇଛି ।
ଶନିବାର ଅପରାହ୍ନରେ ସଲମାନଙ୍କ ଅଫିସ ମେଲ୍କୁ ଆସିଥିଲା ଏହି ଧମକପୂର୍ଣ୍ଣ ଇମେଲ୍ । ଇମେଲ୍ ହିନ୍ଦିରେ ଲେଖାଥିଲା । ଏହି ମେଲ୍ ରେ ଲେଖା ଅଛି କି, ସଲମାନଙ୍କ ସହ ଗ୍ୟାଙ୍ଗଷ୍ଟର ବ୍ରାର କଥା ହେବାକୁ ଚାହୁଁଛି। ଏଥିସହ ତାଙ୍କୁ ହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାରର ଧମକ ମଧ୍ୟ ଏଥିରେ ରହିଛି। ଲରେନ୍ସର ସାକ୍ଷାତକାର ଦେଖିନ ଯଦି ଦେଖିବାକୁ ମେଲ୍ ରେ ଲେଖାଥିଲା । ସଲମାନ ଖୁବ୍ ଶୀଘ୍ର ସମାଧାନ ନକଲେ ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ କୁହାଯାଇଛି ।
ତେବେ ଏପରି ମେଲ୍ ପାଇବା ପରେ ବାନ୍ଦ୍ରା ଥାନାରେ ଏତଲା ଦାୟର କରାଯାଇଛି । ଗ୍ୟାଙ୍ଗଷ୍ଟର ଲରେନ୍ସ ଓ ଗ୍ୟାଙ୍ଗ ନାଁରେ ଏତଲା ପରେ ଇମେଲ ଯାଞ୍ଚ କରୁଛି ମୁମ୍ବାଇ ପୋଲିସ । ବାନ୍ଦ୍ର ପୋଲିସ ଆଇପିସିର ଧାରା ୫୦୬(୨), ୧୨୦(ବି) ଓ ୩୪ ଅନୁସାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସଲମାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧିକ କଡ଼ାକଡ଼ି କରାଯାଇଛି।
ପୂର୍ବବର୍ଷ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁଶେ ୱାଲା ହତ୍ୟାକାଣ୍ଡ ପରେ ସଲମାନ ଏବଂ ତାଙ୍କ ପିତାଙ୍କୁ ମଧ୍ୟ ସିଦ୍ଧୁଙ୍କ ପରି ହତ୍ୟା କରାଯିବ ବୋଲି ଧମକ ଆସିଥିଲା ।ସିଦ୍ଧୁ ମୁଶେ ୱାଲା ହତ୍ୟାକାଣ୍ଡ ମାମଲାରେ ପଞ୍ଜାବ ଜେଲ୍ ରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଏହି ଧମକ ଦେଇଥିଲା ବୋଲି ଚର୍ଚ୍ଚା ହେଉଥିଲା, କିନ୍ତୁ ଲରେନ୍ସ ଏହାକୁ ଖଣ୍ଡନ କରିଥିଲା । ତେବେ ଲରେନ୍ସ ଏକ ଇଣ୍ଟରଭ୍ୟୁରେ ସଲମାନଙ୍କୁ ହତ୍ୟା କରିବାକୁ ଚେତାବନୀ ଦେଇଥିଲା । ଏଥିସହ ତାଙ୍କୁ ହତ୍ୟା କରିବା ହିଁ ତା ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ସେ କ୍ୟାମେରା ସାମ୍ନାରେ କହିଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ସଲମାନଙ୍କୁ ପୁଣିଥରେ ଧମକ ମିଳିଛି।

 

 

Related posts

ସରିଲା ଅଭିନେତା ପୁଲକିତ ଓ କ୍ରିତିଙ୍କ ନିର୍ବନ୍ଧ

mahabharatanews

ବିଜୟଙ୍କ ଶପଥ ସମାରୋହରେ ଅତିଥି ତ୍ରିଶା

mahabharatanews

ରକ୍ତାକ୍ତ ଅବସ୍ଥାରେ ରଣବୀର

mahabharatanews