ଭାରତ

 “ଆମେ ଲରେନ୍ସ ବିଷ୍ଣୋଇକୁ ଶେଷ କରିବୁ” : ସିନ୍ଦେ

(ବାନ୍ଦ୍ରା): ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ସଲମାନ ଖାନ୍‌ଙ୍କ ବାନ୍ଦ୍ରାସ୍ଥିତ ଘର ଉପରକୁ ଲରେନ୍‌ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଗୁଳିମାଡ଼ କରିଥିଲେ। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଶେଷ ଚେତାବନୀ ବୋଲି ମାଫିଆ ଡନ୍‌ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍‌ମୋଲ ସାମାଜିକ ଗଣମାଧ୍ୟମରେ ଧମକ ଦେଇଥିଲା।

ଏହି ଘଟଣା ପରେ ସୋମବାର ସଲମାନଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଦେଖା କରିବା ପରେ ସିନ୍ଦେ କହିଛନ୍ତି ଯେ, “ମୁଁ ସଲମାନ ଖାନଙ୍କୁ କହିଛି ଯେ ସରକାର ଆପଣଙ୍କ ସହ ଅଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ପଚରାଉଚରା କରାଯିବ। କାହାରିକୁ ଛଡ଼ାଯିବ ନାହିଁ। ଏହି ପରି କାହାକୁ ଟାର୍ଗେଟ କରିବା ଉଚିତ ନୁହେଁ। କୌଣସି ଗ୍ୟାଙ୍ଗ କିମ୍ବା ଗ୍ୟାଙ୍ଗ ୱାରକୁ ଅନୁମତି ଦିଆଯିବ ନାହିଁ। ଆମେ ଏହା ହେବାକୁ ଦେବୁ ନାହିଁ। ଆମେ ଲରେନ୍ସ ବିଷ୍ଣୋଇକୁ ଶେଷ କରିବୁ।”

Related posts

ମୁଖ୍ୟମନ୍ତ୍ରୀଙ୍କ ଭାଇ ଘରେ ସିବିଆଇ ଚଢ଼ାଉ

mahabharatanews

କନଭଏ ଉପରେ ଆତଙ୍କବାଦୀ ଆକ୍ରମଣ:ଜଣେ ଯବାନ ସହିଦ

mahabharatanews

ରାମ ମନ୍ଦିରର ସମ୍ପୂର୍ଣ୍ଣ ହେବ ନିର୍ମାଣ କାର୍ଯ୍ୟ ଶେଷ 

mahabharatanews