ଭାରତ

ଆନ୍ଧ୍ରପ୍ରଦେଶ ଏଲୁରୁରେ ବଏଲର ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ଜଣ ଶ୍ରମିକ ମୃତ ଓ ୧୩ ଆହତ

ଆନ୍ଧ୍ର: ଆନ୍ଧ୍ରପ୍ରଦେଶ ଏଲୁରୁରେ ବଏଲର ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି । ଏହି ଘଟଣାରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ବିହାରର ହୋଇଥିବା ସୂଚନା ରହିଛି । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛନ୍ତି ଦମକଳ କର୍ମଚାରୀ । ଏହାପରେ ବଏଲର ବିସ୍ଫୋରଣ ମୃତାହତଙ୍କ ପାଇଁ ଆନ୍ଧ୍ର ସରକାର କ୍ଷତିପୂରଣ ରାଶି ଘୋଷଣା ହୋଇଛି । ପ୍ରତି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା ହୋଇଛି । ଗୁରୁତର ଆହତଙ୍କ ପାଇଁ ୫ ଲକ୍ଷ ଟଙ୍କା ଦିଆଯିବ ଓ ସାମାନ୍ୟ ଆହତଙ୍କୁ ୨ ଲକ୍ଷ ଟଙ୍କା ଦିଆଯିବ । ଅନ୍ୟପଟେ ଏଲୁରୁ ବଏଲର ବିସ୍ଫୋରଣ ଘଟଣାରେ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଆନ୍ଧ୍ର ରାଜ୍ୟପାଳ ।

Related posts

୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡର

mahabharatanews

ଚନ୍ଦ୍ରଯାନ-୩ ମିସନ: ଚନ୍ଦ୍ର କକ୍ଷପଥରେ କଲା ଏଣ୍ଟ୍ରି

mahabharatanews

ଋଷ- ୟୁକ୍ରେନ୍‌ ଯୁଦ୍ଧ : ୧,୧୧୫ ସାଧାରଣ ନାଗରିକ ଆହତ

mahabharatanews