ମନୋରଞ୍ଜନ

ସଲମାନଙ୍କ ଘର ଆଗରେ ଗୁଳିକାଣ୍ଡ; ଜୋରଦାର ଚାଲିଛି ତଦନ୍ତ 

(ମୁମ୍ବାଇ) : ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇଜଣ ଅଜ୍ଞାତ ଯୁବକ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥି‌ଲେ। କ୍ରାଇମବ୍ରାଞ୍ଚ ପୁଲିସ ଦୁଇଜଣଙ୍କୁ ଗିରଫ  କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସାଗର ପାଲ ରହିଥିବା ଜଣାପଡ଼ିଛି। ସଲମାନଙ୍କ ଘର ସ‌ାମ୍ନାରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ସୂଚନାନୁଯାୟୀ ,  କ୍ରାଇବବ୍ରାଞ୍ଚ ପୁଲିସ ଲରେନ୍ସ ବିଷ୍ଣୌଇଙ୍କୁ ଅଭିଯୁକ୍ତ ଭାବେ ଧରିଛି। ଲରେନ୍ସଙ୍କ ସହିତ ତାର ଭାଇ ଅନମୋଲ ବିଷ୍ଣୌଇଙ୍କୁ କ୍ରାଇମବ୍ରାଞ୍ଚ ପଳତକ ତାଲିକାରେ ସାମିଲ କରିଛି। ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ କହିଛି, ଏଯାବତ ଲରେନ୍ସ ବିଷ୍ଣୌଇ ବିରୋଧରେ ଯେଉଁ ପ୍ରମାଣ ଓ ସାକ୍ଷୀ ମିଳିଛି ସେଇ ଆଧାରରେ ବିଷ୍ଣୌଇ ଭାଇକୁ ସଲମାନଙ୍କ ଘର ବାହାରେ ହୋଇଥିବା ଗୁଳିକ‌ାଣ୍ଡ ଘଟଣାର ଅଭିଯୁକ୍ତ କୁହାଯାଉଛି।

Related posts

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌର ପରିଷଦ ପକ୍ଷ ରୁ ରହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ

mahabharatanews

ଇଟାଲୀରେ ହେବ ଅନନ୍ତ ଅମ୍ବାନୀଙ୍କ ଦ୍ୱିତୀୟ ପ୍ରି-ୱେଣ୍ତିଂ

mahabharatanews

ଖୁବ ଶୀଘ୍ର ରିଲିଜ ହେବ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ 

mahabharatanews