ମନୋରଞ୍ଜନ

ଦିୱାଲୀରେ ଫ୍ୟାନ୍ସଙ୍କୁ ସଲମାନଙ୍କ ଟାଇଗର-୩ ଭେଟି

(ମୁମ୍ବାଇ) :  ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩କୁ ଦର୍ଶକ ଅପେକ୍ଷା କରିଛନ୍ତି  । ତେବେ ଦୀପାବଳି ଅବସରରେ ସଲମାନ ଖାନ ନିଜ ଫ୍ୟାନ୍ସଙ୍କୁ ଟାଇଗର-୩  ଭେଟିଦେବା ପାଇଁ ଯାଉଛନ୍ତି । ଯେଉଁଥିରେ ସଲମାନଙ୍କର ଜବରଦସ୍ତ ଆକ୍ସନ ଦେଖିବା ପାଇଁ ମିଳିବ । ଟାଇଗର-୩ ର ରୋମାଞ୍ଚକ ଟିଜର ରିଲିଜ୍ ହୋଇଯାଇଛି । ଟିଜରରେ ସଲମାନ ଖାନଙ୍କ ଲୁକ୍, ଆକ୍ସନ ସବୁ କିଛି ଦର୍ଶକଙ୍କୁ କରୁଛି ମତୁଆଲା ।

ସୂଚନାନୁଯାୟୀ , ବଡ଼ ପରଦାରେ ପୁଣି ଏକାଠି ନଜର ଆସିବେ କ୍ୟାଟ୍ରିନା ଏବଂ ସଲମାନ ଖାନ । ସଲମାନ ଖାନଙ୍କ ଦମଦାର ସ୍ୱରରୁ ଆରମ୍ଭ ହୁଏ ଟିଜର ।  ‘ଟାଇଗର 3’ ‘ର ଟିଜର ରିଲିଜ ହେବା ପୂର୍ବରୁ ସଲମାନ ଖାନ ମଙ୍ଗଳବାର ରାତିରେ ସୋସିଆଲ ମିଡିଆରେ ‘ଟାଇଗର ୩ ‘ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଆଜି ଟିଜର ରିଲିଜ୍ ହେବ ବୋଲି ସୂଚନା ଦିଆଯାଇଥିଲା ।

Related posts

ଦିଦିଙ୍କୁ ଭେଟିଲେ ଭାଇଜାନ

mahabharatanews

ବିମାନ ଦୁର୍ଘଟଣାରେ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭର ମୃତ

mahabharatanews

ଆସୁଛି ଭିକ୍କିଙ୍କର ୪ଟି ସିନେମା 

mahabharatanews