ଓଡିଶା

ଆଜି ହେବ ସମଲେଇ ପ୍ରକଳ୍ପ ଲୋକାର୍ପଣ

(ସମ୍ବଲପୁର) : ରୂପାନ୍ତରଣର ରଙ୍ଗରେ ସଜେଇ ହୋଇଛି ସମଲେଇ ମନ୍ଦିର । ମା’ ସମଲେଶ୍ୱରୀଙ୍କ ପୀଠର ରୂପାନ୍ତରୀକରଣ ହେବା ସହ ଆଜି ଏହାର ଲୋକାର୍ପଣ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବର ଲୋକାର୍ପଣ କରିବେ । ଏହା ସହ ଆଜି (ଶନିବାର) ଠାରୁ ଆରମ୍ଭ ହେବ ମହାଯଜ୍ଞ ।  ଦିନ ସାଢ଼େ ୧୨ଟାରେ ମା’ ସମଲେଇଙ୍କ ପୀଠରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ୧୨.୫୦ ଶୁଭଲଗ୍ନରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ସୂଚନାନୁଯାୟୀ , ଏଥି ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ୧୬୯ ମନ୍ଦିରକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଲୋକାର୍ପଣ ଉତ୍ସବରେ ଯୋଗଦେବେ 3 ହଜାରରୁ ଅଧିକ ଅତିଥି । ଆସନ୍ତା ୩୧ ତାରିଖରେ ଏହି ମହାଯଜ୍ଞର ପୂର୍ଣ୍ଣାହୁତି ହେବ । ମା’ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ । ମା’ ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଯାତ୍ରୀ ନିବାସ, ଶୌଚାଳୟ ଆଦି ନିର୍ମାଣ ହୋଇଛି । ଏକାସାଙ୍ଗରେ ୬ହଜାର ଦୀପ ଜଳିବାର ବ୍ୟବସ୍ଥା କରାଯାଇଛି । ଏଥି ସହ ପାର୍କି ବ୍ୟବସ୍ଥା, ମହାନଦୀ ଆଳତୀ ପାଇଁ ବ୍ୟବସ୍ଥା ରହିଛି । ମା’ ସମଲେଇଙ୍କ ଭବ୍ୟ ରୂପାନ୍ତରଣରେ ଭକ୍ତଙ୍କ ଦିବ୍ୟ ଅନୁଭୂତି ପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।

Related posts

ବଙ୍ଗୋପସାଗରରେ ବାତ୍ୟା ନେଇ ବଢିଲା ସମ୍ଭାବନା

mahabharatanews

ଯୌତୁକ ପାଇଁ ଚାଲିଗଲା ନବବିବହିତା ବଧୂର ଜୀବନ

mahabharatanews

ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

mahabharatanews