ବିଶ୍ୱ

ଗ୍ରୀସରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି 

(ଗ୍ରୀସ) : ଗ୍ରୀସରେ ସମଲିଙ୍ଗୀ ବିବାହ ମିଳିଲା ଆଇନଗତ ସ୍ୱୀକୃତି  । ଦୀର୍ଘ ଦିନ ଧରି ଗ୍ରୀସରେ ସମଲିଙ୍ଗୀ ବିବାହକୁ ଆଇନଗତ କରିବାକୁ ସଂଘର୍ଷ ଜାରି ଥିଲା ଏବଂ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ ଗ୍ରୀକ୍ ସଂସଦରେ କ୍ରସ୍ ଭୋଟ୍ ମଧ୍ୟ କରାଯାଇଥିଲା।

ସୂଚନାନୁଯାୟୀ , ୩୦୦ସିଟ୍ ବିଶିଷ୍ଟ ସଂସଦରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ ସରକାରଙ୍କୁ ୧୭୫ଭୋଟ୍ ଆବଶ୍ୟକ ଥିଲା ଏବଂ ଭୋଟ୍ ସମୟରେ ଜଣେ ବିରୋଧୀ ସାଂସଦ କ୍ରସ୍ ଭୋଟ କରିଥିଲେ ଯାହା ପରେ ସମଲିଙ୍ଗୀ ବିବାହ ସପକ୍ଷରେ ୧୭୬  ଭୋଟ୍ ପଡିଥିଲା ଏହଂ ସଂସଦରେ ଏହି ବିଲ୍ ପାରିତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ବିଲକୁ ଗୃହରେ ଉପସ୍ଥାପନା କରାଯାଇଥିଲା । ଏହି ବିଲ୍କୁ ଦେଶର ଚର୍ଚ୍ଚଗୁଡ଼ିକ ପକ୍ଷରୁ କଡ଼ା ବିରୋଧ କରାଯାଇଥିଲା । ସେ ଆହୁରି ଲେଖିଛନ୍ତି ଯେ, ଏହା ମାନବ ଅଧିକାର ପାଇଁ ଏକ ମାଇଲଖୁଣ୍ଟ । ଯାହା ଆଜିର ଗ୍ରୀସକୁ ପ୍ରତିଫଳିତ କରିଛି – ଏକ ପ୍ରଗତିଶୀଳ ତଥା ଗଣତାନ୍ତ୍ରିକ ଦେଶ, ୟୁରୋପୀୟ ମୂଲ୍ୟବୋଧ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Related posts

ଦ୍ୱିତୀୟ ଥର ପାଇଁ ଭୂକମ୍ପରେ ଥରିଲା ଚୀନ

mahabharatanews

ବ୍ରିଟେନର ପରବର୍ତ୍ତୀ ପ୍ରଧନମନ୍ତ୍ରୀ ହେବେ ଇନଫୋସିସର ପ୍ରତିଷ୍ଠାତାଙ୍କ ଜ୍ୱାଇଁ

mahabharatanews

ଜାପାନ ଭୂମିକମ୍ପ;  ୧୨୪ ଘଣ୍ଟା ପରେ ମହିଳା ଉଦ୍ଧାର 

mahabharatanews