ମନୋରଞ୍ଜନ

ସନା ଖାନଙ୍କ ଘରକୁ ଆସିଲା କୁନି ଅତିଥି

(ମୁମ୍ବାଇ) : ସନା ଖାନଙ୍କ ଘରକୁ ଆସିଲା କୁନି ଅତିଥି  । ଅଭିନୟ ଛାଡ଼ି ‌ମୌଲବୀ ଅନସ ସୟଦଙ୍କୁ ବିବାହ କରିଥିଲେ ସନା ଖାନ। ବିବାହ ପରେ ଏବେ ସନା ଖାନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ସନା ନିଜେ ଇନଷ୍ଟାଗ୍ରାମରେ ଏହି ଖୁସି ଖବର ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି।

ସନା ଖାନ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ତିନୋଟି ହାତର ଫଟୋ ଥିବା ଦେଖାଯାଇଛି। ଏହି ପୋଷ୍ଟର କ୍ୟାପସନରେ ସନା ଲେଖିଛନ୍ତି, ‘ଆଲ୍ଲା ପ୍ରଥମେ ଏହାକୁ ଭାଗ୍ୟ‌ରେ ଲେଖିଲେ, ପରେ ଏହାକୁ ପୂରଣ କଲେ ଏବଂ ସହଜ କରିଥିଲେ। ଯେତେବେଳେ ଆଲ୍ଲା କିଛି ଦିଅନ୍ତି, ସେତେବେଳେ ସେ ଆନନ୍ଦ ଏବଂ ଖୁସି ସହିତ ଦିଅନ୍ତି। ତେଣୁ ଆଲ୍ଲା ଆମକୁ ଏକ ପୁତ୍ର ଦେଇଛନ୍ତି।’

ଶେଷରେ ସେ ଲେଖିଥିଲେ ଯେ, “ମୁଁ ଆଜି ଘୋଷଣା କରୁଛି ଯେ ଆଜିଠାରୁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସବୁଦିନ ପାଇଁ ବିଦାୟ ନେଇ ମାନବିକତାର ସେବା କରିବା ଏବଂ ମୋର ସୃଷ୍ଟିକର୍ତ୍ତାଙ୍କ ଆଦେଶ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ଶେଷରେ ମୁଁ ଏହା ଚାହୁଁଛି ଯେ, ଏବେଠାରୁ କୌଣସି ଅଭିନୟ ପାଇଁ ମୋତେ ପ୍ରସ୍ତାବ ନଦିଆଯାଉ।’’

Related posts

  ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

mahabharatanews

୨୨ରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘ସାଲାର୍‌’

mahabharatanews

ଦ୍ଵିତୀୟ ଦିନରେ ‘ଟାଇଗର ୩’ 

mahabharatanews