ଭାରତ

ଶ୍ରୀରାମଚନ୍ଦ୍ରଙ୍କ ପ୍ରତିକୃତୀ କରି ବିଶ୍ୱ ରେକର୍ଡ କଲେ ପଦ୍ମଶ୍ରୀ ସୁଦର୍ଶନ

(ପୁରୀ) : ଓଡ଼ିଶାର ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ୱାର୍ଲ ରେକର୍ଡରେ ସ୍ଥାନ ପାଇଛି । ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବାଲୁକା କଳାରେ ନିର୍ମିତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ପାଇଁ ବିଶ୍ୱ ରେକର୍ଡ ଅର୍ଜନ କରିଛନ୍ତି ସୁଦର୍ଶନ । ୱାର୍ଲଡ୍ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ସୂଚନାନୁଯାୟୀ , ପ୍ରଭୁ ରାମଙ୍କ ପ୍ରତିକୃତୀର ଉଚ୍ଚତା ୨୩ଫୁଟ, ଲମ୍ବ ୫୫ ଫୁଟ୍ ଏବଂ ଓସାର ୩୫ଫୁଟ୍ ଥିଲା । ଏଭଳି ଭାବେ ସରଜୁ ଘାଟ ନିକଟ ରାମକଥା ପାର୍କରେ ୫ଶହଟି ଛୋଟ ଛୋଟ ରାମମନ୍ଦିରର ପ୍ରତିକୃତୀ ନିଜ ଟିମ୍ ସହ ନିର୍ମାଣ କରିଥିଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ । ଶେଷରେ ଆଜି ବିରାଜମାନ ହେବେ ରାମଲାଲା ଏହି ରେକର୍ଡ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବା ସହ ଶୁଭେଛା ଜଣାଇଛନ୍ତି । ଏହି ଅବସରରେ ରାମମୟ ହୋଇଯାଇଛି ପରିବେଶ ।

 

Related posts

କରୋନା ଭାଇରସ : ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

mahabharatanews

ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଜଳଚତ୍ର ବଣ୍ଟନ

mahabharatanews

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଦମଦାର ବିଜୟ

mahabharatanews