ବ୍ୟୁରୋ : ବଲିଉଡରେ ନୂଆ କରି ପାଦ ଥାପିବାକୁ ଯାଉଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର । ସଦ୍ୟ ସୂଚନାନୁଯାୟୀ ସେ ବଲିଉଡରେ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଛନ୍ତି । ବଲିଉଡ କଳାକାର ପିଲାଙ୍କ ଭଳି ସେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିବେ ସିନେମା ଦୁନିଆରେ । ଗ୍ଲାମର ସୋ ଗୁଡିକରେ ସାରାଙ୍କ ପର୍ସନାଲିଟି ଦେଖି ଲୋକଙ୍କୁୁ ବେଶ ପସନ୍ଦ ଆସୁଛି ।
ସାରାଙ୍କ ସବୁ ନିଷ୍ପତ୍ତିକୁ ତାଙ୍କ ପରିବାରର ସମର୍ଥନ କରିଥାଆନ୍ତି । ସେ ପ୍ରଫେସନରେ ଜଣେ ମଡେଲ ଏବଂ ତାଙ୍କ ସୋସିଆଲ ମିଡିଆରେ ଫୋଟ ଲୁକ ଗୁଡିକ ମଧ୍ୟ ବେଶ ପସନ୍ଦ ଆସିଥାଏ ଲୋକଙ୍କୁ । କିଛିଦିନ ତଳେ ଚର୍ଚ୍ଚା ଜୋର ଧରିଥିଲା ସାରା ସାହିଦଙ୍କ ସହ ଡେବ୍ୟୁ କରିବେ ।
କିନ୍ତୁ ପରବର୍ତ୍ତୀ ସମୟରେ ସଚିନ ତାହାକୁ ଖଣ୍ଡନ କରିଥିଲେ ଏବଂ କହିଥିଲେ ମୋ ଝିଅ ଏବେ କେବଳ ପାଠପଢାରେ ମନୋନିବେଶ କରିଛି । ଅଭିନୟ ପ୍ରତି ସାରାଙ୍କର ରୁଚି ଦେଖି ତାଙ୍କ ସହ କାମ କରିବା ପାଇଁ ବେଶ ଉଚ୍ଛୁକ ଅଛନ୍ତି ପ୍ରଯୋଜକ ମାନେ । କିନ୍ତୁ ସାରା ଏବେ ପର୍ଯ୍ୟନ୍ତ କାହାକୁ ସାଇନ କରିନଥିବା ସୂତ୍ରରୁ ଜାଣିବାକୁ ମିଳିଛି ।