ମନୋରଞ୍ଜନ

ମା ବନିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ସୋନମ

(ମୁମ୍ବାଇ) : ଦ୍ଵିତୀୟ ଥର ମା ବନିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ସୋନମ କପୁର । ତେବେ ସେ ନିଜର ଷ୍ଟାଇଲିସ୍ ଅନ୍ଦାଜ ପାଇଁ ବେଶ ଜଣାଶୁଣା। ଅଭିନେତ୍ରୀଙ୍କ ଏକ ରାମ୍ପ୍ ୱାକ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ପ୍ରଶଂସକମାନେ, ସୋନମ ଦ୍ବିତୀୟ ଥର ଗର୍ଭବତୀ ଥିବା କଥା କହିବା ଆରମ୍ଭ କରିଛନ୍ତି।

ସୂଚନାନୁଯାୟୀ , ସୋନମଙ୍କ ଯେଉଁ ଭିଡିଓ ଭାଇରାଲ ହୋଇଛି, ସେଥିରେ ସେ ଧଳା ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଲେହେଙ୍ଗା ପିନ୍ଧି ସେ ଯେଉଁଭଳି ଭାବେ ଚାଲୁଛନ୍ତି, ତାଙ୍କୁ ଦେଖି ସେ ଗର୍ଭବତୀ ଥିବା ଭଳି ମନେ ହେଉଛି। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ସେ ଗର୍ଭବତୀ ଥିବା କଥା କହିବା ସହ କିଛି ତାଙ୍କ ଚାଲିବା ଶୈଳୀକୁ ନେଇ ତାଙ୍କୁ ଟ୍ରୋଲ କରିଛନ୍ତି।

 

Related posts

ରାକ୍ଷୀଙ୍କୁ ଅଚାନକ ନିସ୍ତୁକ ମାଡ଼

mahabharatanews

୨୦ରୁ ଓଟିଟିରେ ଫିଲ୍ମ ‘ସାଲାର’

mahabharatanews

ବରୁଣ-ଲାବନ୍ୟା ଦେଲେ ଗ୍ରାଣ୍ଡ ପାର୍ଟି  

mahabharatanews