ଓଡିଶା

ସରିଲା ମା’ଙ୍କ ପୂଜା, ଆଜି ଭସାଣି

(ଭୁବନେଶ୍ୱର) : ଶାରଦୀୟ ଦୁର୍ଗାପୂଜାର ଶେଷ ଦିବସ ବିଜୟା ଦଶମୀ ମଙ୍ଗଳବାର ରାତିରେ ସଂପନ୍ନ ହୋଇଛି। ଭୁବନେଶ୍ବର, ଖୋର୍ଦ୍ଧା, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ର ସୋହେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଆୟୋଜନ ହୋଇଛି। ତେବେ ମା’ଙ୍କ ଶାରଦୀୟ ପୂଜା ଶେଷ ହୋଇଥିବା ବେଳେ ଆଜି ଭସାଣି ହେବ । ଭସାଣିରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି ।

ସୂଚନାନୁଯାୟୀ , ଗତକାଲି ବିଭିନ୍ନ ସ୍ଥାନରେ ପୂଜା ଆୟୋଜକ ଓ ପ୍ରଶାସନର ସୁବିଧା ଅନୁସାରେ ମା’ଙ୍କର ଭସାଣ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଦଶହରା ଅବସରରେ ରାଜଧାନୀ ଭୁବନେଶ୍ବରରେ ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଛି।

Related posts

ନିସ୍ତବ୍ଧ କଣିହାଁ ବ୍ଲକସ୍ଥ ଡେରେଙ୍ଗ ଫାଣ୍ଡି

mahabharatanews

ବଢିବ ତାତି, ୩-୪ ଡିଗ୍ରୀ ବଢିବ ତାପମାତ୍ରା

mahabharatanews

ବଢୁଛି  ସ୍କ୍ରବ୍ ଟାଇଫସ୍; ସର୍ବାଧିକ ସୁନ୍ଦରଗଡ଼ରେ ୨୦୬ ରୋଗୀ ଚିହ୍ନଟ‌

mahabharatanews